www.samajalive.in
Tuesday, December 9, 2025
16.1 C
Bhubaneswar

ପୂର୍ବ ଶତ୍ରୁତାରୁ ବୋମାମାଡ, ଜଣେ ଆହତ

ଆଠଗଡ: ଆଠଗଡ ଥାନା ଅନ୍ତର୍ଗତ କୁଲାଇଲୋ ପଞ୍ଚାୟତ ଅଧିନ ପାଟ୍ଟଲିଙ୍ଗା ଗ୍ରାମ ନିକଟସ୍ଥ ଶିଳାପାଟ୍ଟ ଗ୍ରାମରେ ପୂର୍ବ ଶତ୍ରୁତାରୁ ବୋମାମାଡ ହେବାରୁ ଜଣେ ବ୍ୟକ୍ତି ଆହତ ହୋଇଥିବା ଅଭିଯୋଗ ହୋଇଛି । ଶିଳାପାଟ୍ଟ ଗ୍ରାମର କୃପାସିନ୍ଧୁ ଟୋକରିଙ୍କ ପୁଅ ସଂଗ୍ରାମ ଟୋକରି ଏକ ଜମିରେ ଚାଷ କରୁଥିବାବେଳେ ତାଙ୍କ ଉପରକୁ ବୋମାମାଡ ହୋଇଥିବା ଏବଂ ଏଥିରେ ସେ ଆହତ ହୋଇଥିବା ଅଭିଯୋଗରୁ ଜଣାପଡିଛି । ପୂର୍ବ ଶତ୍ରୁତା ଥିବା ସେହି ଗ୍ରାମର ନାରାୟଣ ଦେହୁରୀଙ୍କ ପୁଅ ଚଳନ ଓ ଅନ୍ଯ ଜଣେ ସହଯୋଗୀ ଖଣ୍ଡା, ବାଡି ଓ ବୋମା ଆଦି ବିଭିନ୍ନ ମାରଣାସ୍ତ୍ର ଧରି ଏକ ବାଇକରେ ଆସି ଚାଷ କରୁଥିବି ସଂଗ୍ରାମଙ୍କୁ ପ୍ରଥମେ ଗାଳିଗୁଲଜ କରିବା ସହ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇ ବୋମାମାଡ କରିଥିଲେ । ବୋମାଟି ପ୍ରଚଣ୍ଡ ଶବ୍ଦ କରି ଫୁଟିବାବେଳେ ତାର କିଛି ଅଂଶ ସଂଗ୍ରାମଙ୍କ ଛାତି ଓ ପେଟରେ ବାଜିବାରୁ ସେଠାରେ କ୍ଷତାକ୍ତ ହୋଇ ତାଙ୍କର ପ୍ରବଳ ରକ୍ତସ୍ରାବ ହୋଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି ।

ଏପରିକି ସଂପୃକ୍ତ ଦୁଇ ଅଭିଯୁକ୍ତ ତାଙ୍କ ବାପାଙ୍କ ବେକରେ ଖଣ୍ଡା ଲଗାଇ ମାରିଦେବାର ଧମକ ଦେବା ସହ ତାଙ୍କ ଗର୍ଭବତୀ ପତ୍ନୀଙ୍କ ପେଟକୁ ମଧ୍ଯ ସେମାନେ ଗୋଇଠା ଓ ଚାପୁଡା ମାରିଥିବା ଏତଲାରେ ଉଲ୍ଲେଖ କରିଛନ୍ତି । ଏଥିରେ ତାଙ୍କ ବାପା ଓ ପତ୍ନୀ ମଧ୍ଯ ସାମାନ୍ଯ ଆହତ ହୋଇଛନ୍ତି । ଆଠଗଡ ଡାକ୍ତରଖାନାରେ ସେମାନଙ୍କର ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଥିଲା । ଏତଲା ପାଇବା ପରେ ଆଇଆଇସି ଅନିରୁଦ୍ଧ ମୁଦୁଲିଙ୍କ ନେତୃତ୍ବରେ ପୁଲିସ ଦଳ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଛନ୍ତି ଏବଂ ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଆଇଆଇସି କହିଛନ୍ତି ।

Hot this week

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

Related Articles

Popular Categories