www.samajalive.in
Friday, December 12, 2025
16.1 C
Bhubaneswar

ରାଇକିଆରେ ବଢିଲା ଥଣ୍ଡା, ଶୀତବସ୍ତ୍ର ଚାହିଦା ବଢିଲା

ରାଇକିଆ : ବିଳମ୍ବରେ ହେଲେ ଚଳିତ ବର୍ଷ କନ୍ଧମାଳ ଜିଲାରେ ଶୀତ ପ୍ରକୋପ ଆରମ୍ଭ ହୋଇଛି। ସକାଳୁ କୋହଲା ପବନ ସାଙ୍ଗକୁ ହାଲକା କୁହୁଡି ଅନୁଭୂତ ହେଉଛି। ରାଇକିଆରେ ପ୍ରାୟତଃ ୧୪ ରୁ ୧୮ ମଧ୍ୟ ରେ ତାପମାତ୍ରା ରହୁଛି। ଆଭ୍ୟନ୍ତରୀଣ ଅଞ୍ଚଳରେ ମଧ୍ୟ ଶୀତ ଅନୁଭୂତ ଧୀରେ ଧୀରେ ତାପମାତ୍ରା କମୁଥିବା ବେଳେ ସାରା ଅଂଚଳ ଥରୁଛି। ରାତି ୮ଟା ପରେ ବଜାର ଗହଳି କମିଯାଉଛି। ରାତି ବଢ଼ିଲେ କୁହୁଡି ଆରମ୍ଭ ହେବା ସହ ଶୀତ ବଢୁଛି। ଚଳିତ ବର୍ଷ ବିଳମ୍ବରେ ଶୀତର ଆଗମନ ଏବଂ ହଠାତ ତାପମାତ୍ରା ହ୍ରାସ ଯୋଗୁଁ ହଠାତ୍ ପ୍ରବଳ ଥଣ୍ଡା ପଡ଼ିବା ଆରମ୍ଭ ହୋଇଛି। ପୂର୍ବରୁ ଶୀତ କମ୍ ହେଉଥିବା ଯୋଗୁଁ ବେପାରୀ ନିରାଶ ହୋଇଥିଲେ । ହଠାତ୍ ଶୀତ ବଢ଼ିବାରୁ ବଜାରରେ ଶୀତ ବସ୍ତ୍ର ଚାହିଦା ବଢ଼ିଛି। ଦୋକାନ ବଜାରରେ ଶୀତ ବସ୍ତ୍ର କିଣିବା ପାଇଁ ଗହଳି ଚହଳି ଲାଗିରହୁଥିବା ଦେଖିବାକୁ ମିଳିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories