ନୀଳକଣ୍ଠେଶ୍ୱର ମନ୍ଦିର ଜୀର୍ଣ୍ଣଧରଣ ପ୍ରତିଷ୍ଠା ମହୋତ୍ସବ
କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ପୂଜାରିଗୁଡା ପଞ୍ଚାୟତ ସଦରରେ ଥିବା ନୀଳକଣ୍ଠେଶ୍ୱର ମନ୍ଦିରର ଜୀର୍ଣ୍ଣଧରଣ ପ୍ରତିଷ୍ଠା ମହୋତ୍ସବ ଆରମ୍ଭ ହୋଇଛି । ସାହିତ୍ୟରତ୍ନ ସୂର୍ଯ୍ୟପୀଠର ବ୍ରହ୍ମଶ୍ରୀ ୱେମାକୋଟି ନରହରି ଶାସ୍ତ୍ରୀଙ୍କ ତତ୍ତ୍ୱାବଧାନରେ ସାଧୁସନ୍ଥଙ୍କ ଉପସ୍ଥିତିରେ ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଛି । ଆଜି ପୂର୍ବାହ୍ନରେ ଗଣାପତି ପୂଜନ, ଅଖଣ୍ଡ ଜ୍ୟୋତି ପ୍ରଜ୍ଵଳନ, ପୁଣ୍ୟାହବାଚନ, ରକ୍ଷାସୁତ୍ର ଧାରଣ ଓ ଅଙ୍କୁରାର୍ପଣ କରାଯିବ ପରେ ଅପରାହ୍ନ ୩ଟା ସମୟରେ ଗ୍ରାମର ମହିଳା ମାନଙ୍କ ଦ୍ଵାରା ନିକଟସ୍ଥ ନାଗାବଳୀ ନଦୀରୁ ୧୦୮କଳସରେ ସୁବାଜିତ ଜଳ ସଂଗ୍ରହ କରି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ।
ମଙ୍ଗଳବାର ଧାନ୍ୟଦିବାସ କାର୍ଯ୍ୟକ୍ରମ ଅପରାହ୍ନରେ କ୍ଷୀରାଧିବାସ, ପଞ୍ଚସୟାଦିବାସ କରାଯିବା ପରେ ୨୦ତାରିଖ ବୁଧବାର ଦିନ ସକାଳ ନିଲାକଣ୍ଠେଶ୍ୱର ସ୍ୱାମୀଙ୍କ ପ୍ରାଣ ପ୍ରତିଷ୍ଠା ଓ ବିଗ୍ରହ ପ୍ରାଣପ୍ରତିଷ୍ଠା, ଶିଖର ପ୍ରତିଷ୍ଠା ,ବିଶେଷ ଅର୍ଚ୍ଚନା, ପୂର୍ଣ୍ଣାହୂତି ଓ ପୁଷ୍ପାଞ୍ଜଳି କରାଯାଇ ଶେଷ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି ।ମନ୍ଦିର କମିଟି ପକ୍ଷରୁ ତିନିଦିନ ଧରି ମଧ୍ୟାହ୍ନରେ ଅର୍ଣ୍ଣ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି। ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି।
Comments are closed.