www.samajalive.in
Monday, December 8, 2025
13.1 C
Bhubaneswar

ଲାଲାଜୀଙ୍କ ଦର୍ଶନ ଏବେ ବି ପ୍ରାସଙ୍ଗିକ: ବୈଜୟନ୍ତ

ନୂଆଦିଲ୍ଲୀ : ଦେଶର ସବୁବର୍ଗର ଲୋକଙ୍କୁ ନେଇ ଆଗକୁ ବଢ଼ିବା ଲାଗି ଲାଲା ଲଜପତ ରାୟଙ୍କ ମାର୍ଗଦର୍ଶନ ସାମ୍ପ୍ରତିକ ସମାଜ ପାଇଁ ସବୁଠାରୁ ବଡ଼ ଆବଶ୍ୟକତା ବୋଲି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା କହିଛନ୍ତି। ସ୍ଥାନୀୟ ଲଜପତ ଭବନ ଅଡ଼ିଟୋରିୟମ ଠାରେ ଲାଲାଜୀଙ୍କ ୯୬ତମ ବଳିଦାନ ଦିବସ ସମାରୋହର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପଣ୍ଡା କହିଛନ୍ତି ଯେ, ଦେଶର ସ୍ୱାଧିନତା ସଂଗ୍ରାମରେ ଲାଲଜୀ କେବଳ ଜଣେ ମହାନ୍‌‌ ସଂଗ୍ରାମୀ ନଥିଲେ; ସେ ବଡ଼ ବଡ଼ ସଂଗ୍ରାମୀଙ୍କୁ ମଧ୍ୟ ତିଆରି କରିଥିଲେ। ଲାଲାଜୀ ଜନତାଙ୍କ ଅଧିକାର ଓ ହକ୍‌‌ କଥା କହୁଥିଲେ। ଏସବୁକୁ ଲଢ଼ି ନେବାକୁ ଆହ୍ୱାନ କରୁଥିଲେ। ଯେଉଁ ଆନ୍ଦୋଳନ କଥା ସେ କହିଥିଲେ ଗାନ୍ଧୀଜୀ, ନେତାଜୀ ତାହାକୁ ଆଗକୁ ବଢାଇଥିଲେ। ସ୍ୱାଧିନତା ସଂଗ୍ରାମ, ରାଜନୀତି ବ୍ୟତୀତ ଶିକ୍ଷା କ୍ଷେତ୍ରରେ ମଧ୍ୟ ତାଙ୍କ ଅବଦନା ଅବିସ୍ମରଣୀୟ ରହିଛି। ‘ହିନ୍ଦୁସ୍ଥାନ ଟାଇମସ’ ଭଳି ଖବରକାଗଜର ପ୍ରାରମ୍ଭିକ ବର୍ଷ ଗୁଡ଼ିକର ଆର୍ଥିକ ଦୁର୍ଦିନରେ ନିଜେ ଲାଲାଜୀ ଆର୍ଥିକ ସହାୟତା ଦେଇ ପରାଧୀନ ଭାରତରେ ଲୋକଙ୍କ ସ୍ୱରକୁ ବଞ୍ଚାଇ ରଖିଥିଲେ। ପଞ୍ଜାବ କେଶରୀ ଲାଲା ଲଜପତ ରାୟଙ୍କ ପ୍ରତିଷ୍ଠିତ ଲୋକସେବକ ମଣ୍ଡଳ ଓ ‘ସମାଜ’ ରିଲିଫ୍‌ ପାଣ୍ଠି ଓଡ଼ିଶାବାସୀଙ୍କ ଜୀବନ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇ ଶିକ୍ଷା, ସ୍ୱାସ୍ଥ୍ୟ ସମେତ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଧ୍ୟ ସହାୟତାର ହାତ ବଢ଼଼ାଇ ଆସୁଛି। ଲାଲାଜୀଙ୍କ ସହ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସମ୍ପର୍କ ଅତିନିବିଡ଼ ଥିଲା। ଲାଲାଜୀ-ଗୋପବନ୍ଧୁଙ୍କ ଆଦର୍ଶରେ ଚାଲୁ ଥିବା ‘ସମାଜ’ ଖବରକାଗଜର ନିରପେକ୍ଷତା ଓ ବିଶ୍ୱସନୀୟତା ପ୍ରତି ରାଜ୍ୟବାସୀଙ୍କ ଏବେ ମଧ୍ୟ ଭରସା ଅତୁଟ ରହିଛି। ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲାଜୀଙ୍କ ଆଦର୍ଶ ତଥା ଭାବନାକୁ ଆଗକୁ ବଢାଉଥିବା ଦର୍ଶାଇ ସାଂସଦ ଶ୍ରୀ ପଣ୍ଡା କହିଲେ, ବସୁଧୈବ କୁଟୁମ୍ବକମ୍‌ ସଂକଳ୍ପ ଆଧାରରେ ଦିଲ୍ଲୀରେ ଜି-୨୦ ବୈଠକର ମନ୍ତ୍ର ଥିଲା- ଏକ ପୃଥିବୀ, ଏକ ପରିବାର ଏବଂ ଏକ ଭବିଷ୍ୟତ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମୟରେ ଯୁଦ୍ଧଗ୍ରସ୍ତ, ବିପଦଗ୍ରସ୍ତ ଅଞ୍ଚଳରୁ ପ୍ରଥମେ ଭାରତୀୟ ମାନେ ହିଁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଅନ୍ୟ ଲାଲାଜୀଙ୍କ ପରିବାର ଏବଂ ଉତ୍ତରାଧିକାରୀଙ୍କୁ ପ୍ରଶଂସା କରି ସାଂସଦ ଶ୍ରୀ ପଣ୍ଡା କହିଥିଲେ ଯେ ଏମାନେ ଏବେ ମଧ୍ୟ ଲୋକଙ୍କ ସେବା ପାଇଁ ଆର୍ଥିକ ସହାୟତା ଜାରି ରଖିଛନ୍ତି। କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରି ଲୋକସେବକ ମଣ୍ଡଳ ଅଧ୍ୟକ୍ଷ ରାଜକୁମାର ଚୋପ୍ରା କହିଥିଲେ ଯେ, ମାତ୍ର ୨୩ ବର୍ଷରେ ଲାଲାଜୀ ରାଜନୀତିରେ ପ୍ରବେଶ କରିଥିଲେ। ସ୍ୱଦେଶୀ, ସ୍ୱରାଜ ଓ ବିଦେଶୀ ଦ୍ରବ୍ୟର ବହିଷ୍କାର ଲାଲାଜୀଙ୍କ ମନ୍ତ୍ର ଥିଲା। ପ୍ରୟାଗରାଜ ଠାରେ ଅନୁଷ୍ଠିତ କଂଗ୍ରେସ ଅଧିବେଶନରେ ସ୍ୱାଧିନତା ସଂଗ୍ରାମୀଙ୍କ ଇଂରାଜୀ ଭାଷାରେ ଅଭିଭାଷଣକୁ ସେ ବିରୋଧ କରି କହିଥିଲେ ଯେ, ହିନ୍ଦୀ ଭାଷାରେ ଆଲୋଚନା ହେଉ। ସ୍ୱାଧିନତା ମିଳିଲେ ସ୍ୱାସ୍ଥ୍ୟ, ଶିକ୍ଷା ଓ ଉଦ୍ୟୋଗ କ୍ଷେତ୍ରରେ ଦେଶର ନୀତି କ’ଣ ରହିବ, ସେବିଷୟରେ ଚର୍ଚ୍ଚା ହେଉ। ରାଜନୀତିରେ ରାଜନୈତିକ ସନ୍ଥଙ୍କ ପ୍ରବେଶକୁ ସେ ଚାହୁଁଥିଲେ। ସେଥିପାଇଁ ତାଙ୍କ ସହ ଲୋକସେବକ ମଣ୍ଡଳରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ, ପୁରୁଷୋତ୍ତମଦାସ ଟଣ୍ଡନ, ଲାଲବାହାଦୁର ଶାସ୍ତ୍ରୀ, ବଲବନ୍ତରାୟ ମେହେଟ୍ଟାଙ୍କ ଭଳି ମହାନ୍‌‌ ରାଜନୈତିକ ସନ୍ଥ ଜନତାଙ୍କ ହିତରେ କାମ କରି ସ୍ମରଣୀୟ ହୋଇଯାଇଛନ୍ତି। ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସଫଦରଜଙ୍ଗ ହସପିଟାଲ ପ୍ରଫେସର ଡା ଅନୁପ କୁମାର କହିଥିଲେ ଯେ, ପିଲାଦିନୁ ସ୍ୱାଧିନତା ସଂଗ୍ରାମୀ ତଥା ସମାଜ ସଂସ୍କାରକ ଲାଲା ଲଜପତ ରାୟଙ୍କ ବିଷୟରେ ଶୁଣିଆସିଛି। ଏବେ ଦେଶ ସ୍ୱାଧିନ ହୋଇସାରିଛି। ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ଲାଗି ସମସ୍ତେ ପ୍ରଚେଷ୍ଟା କରିବାକୁ ଆହ୍ୱାନ କରିଥିଲେ। କାର୍ଯ୍ୟକ୍ରମରେ ଡ. ବଲଦେବ ମହାଜନ ସ୍ୱାଗତ ଭାଷଣ ଏବଂ ଅବସରପ୍ରାପ୍ତ ଗ୍ରୁପ କ୍ୟାପଟେନ ଏସ ସି ବାହାରୀ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ ଲଜପତ ଭବନ ପରିସରରେ ଅବସ୍ଥିତ ଲାଲାଜୀଙ୍କ ପ୍ରତିମୂର୍ତ୍ତିରେ ଅତିଥିଗଣ ମାଲ୍ୟାର୍ପଣ କରିଥିଲେ। ବଲବନ୍ତ ରାୟ ମେହେଟ୍ଟା ବିଦ୍ୟାଳୟ ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories