www.samajalive.in
Tuesday, December 9, 2025
16.1 C
Bhubaneswar

କବରାପାଲି ଗ୍ରାମକୁ ଏସବିଆଇ ଅଟଳ ଗ୍ରାମ ରୂପେ ପୋଷ୍ୟ ଗ୍ରହଣ କରିବ

ସମ୍ବଲପୁର: ଜାତୀୟ ସ୍ତରରେ ବିଭିନ୍ନ ଗ୍ରାମକୁ ଅଟଲ ଗ୍ରାମ ଭାବରେ ପୋଷ୍ୟ ଗ୍ରାମ ଭାବରେ ଗ୍ରହଣ କରାଯିବା କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ସମ୍ବଲପୂର ଜିଲା ଯୁଯୋମୁରା ବ୍ଲକ୍ ଅନ୍ତର୍ଗତ କବରାପାଲି ଗ୍ରାମକୁ ଏସବିଆଇ ପକ୍ଷରୁ ଅଟଲ ଗ୍ରାମ ଭାବରେ ପୋଷ୍ୟ ଗ୍ରାମ ନେଇ ଗ୍ରହଣ କରାଯିବ। ଆଜି କବରପାଲି ଗ୍ରାମର ରାମ ମନ୍ଦିର ନିକଟରେ ଏକ ଗୁରୁତ୍ୱପୂର୍ଣ୍ଣ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ କବରାପାଲି ପଞ୍ଚାୟତର ସରପଞ୍ଚ ଅନ୍ତର୍ଯ୍ୟାମୀ ପ୍ରଧାନ, ଜିଲା ପରିଷଦ ସଭ୍ୟା କବିତା ସାହୁ, ପୁର୍ବତନ ବ୍ଲକ୍ ଅଧ୍ୟକ୍ଷ ଶରତ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।

ଏଥିରେ ଏସବିଆଇ ପକ୍ଷରୁ ଆଞ୍ଚଳିକ ପ୍ରବନ୍ଧକ ମାନସ ରଞ୍ଜନ ପ୍ରଧାନ, ଏଜିଏମ ରାସମେକ ଶ୍ୟାମସୁନ୍ଦର ଠାକୁର, ଲିଡ୍ ବ୍ୟାଙ୍କ ମୁଖ୍ୟ ପ୍ରବନ୍ଧକ ଦେବ କିଶୋର ନାଏକ, ଡିଆରସି କାର୍ଯ୍ୟାଳୟର ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ। ତେବେ ଆଗାମୀ ମାସରେ କବରାପାଲି ଗ୍ରାମକୁ ବିଧିବଦ୍ଧ ଭାବରେ ଏସବିଆଇ ପକ୍ଷରୁ ଅଟଲ ପୋଷ୍ୟ ଗ୍ରାମ ଭାବରେ ଗ୍ରହଣ କରିବାକୁ ନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହେବାକୁ ଥିବା ବେଳେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଳି ଏସବିଆଇ ପକ୍ଷରୁ ସୁଚନା ଦିଆଯାଇଛି।

- Advertisement -

ତେବେ କବରାପାଲି ଗ୍ରାମକୁ ଅଟଲ ପୋଷ୍ୟ ଗ୍ରାମ ଭାବରେ ଏସବିଆଇ ଗ୍ରହଣ କରିବା ପରେ ଗ୍ରାମରେ ଅଟଳ ପେନସନ ଯୋଜନା, ପ୍ରଧାନମନ୍ତ୍ରୀ ସୁଯ୍ୟଘର, ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଏସବିଆଇ ମାଧ୍ୟମରେ କରାଯିବାକୁ ନେଇ ଲକ୍ଷ୍ୟ ରଖାଯାଇଛି।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories