www.samajalive.in
Friday, December 12, 2025
27.1 C
Bhubaneswar

ସ୍କୁଟି ଚୋରି ଘଟଣାରୁ ଧରାପଡିଲେ ବାଇକ ଚୋର ଗ୍ୟାଙ୍ଗ, ୨୮ ଚୋରି ଗାଡି ଜବତ

ସମ୍ବଲପୁର : ସମ୍ବଲପୁରର ଅଇଁଠାପାଲି ଥାନା ଅଞ୍ଚଳରେ ଗତ ୯ ତାରିଖରେ ଧୀରଜ ପୁଝାରୀଙ୍କ ଏକ ସ୍କୁଟି ଜଗନ୍ନାଥ କଲୋନୀ ପାର୍କ ନିକଟରୁ ଚୋରି ହୋଇଯାଇଥିଲା । ଏହି ଘଟଣାର ତଦନ୍ତ ସମୟରେ ପୁଲିସ ଏକ ବାଇକ ଚୋର ଗ୍ୟାଙ୍ଗକୁ ଧରି ୨୮ଟି ଚୋରି ହୋଇଥିବା ବାଇକ ଓ ସ୍କୁଟି ଗୁଡିକୁ ରବିବାର ଜବତ କରିଛି । ଏ ସମ୍ପର୍କରେ ଅତିରକ୍ତ ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ଅଜୟ କୁମାର ମିଶ୍ର ସୂଚନା ଦେଇ କହିଛନ୍ତି ଯେ, ଏହି ଘଟଣାର ତଦନ୍ତ ସମୟରେ ଚୋରି ହୋଇଥିବା ସ୍କୁଟିକୁ ୨ ଜଣ ଯୁବକ ନେଇ ଯାଉଥିବାର ଖବର ପାଇ ସେମାନଙ୍କୁ ଅଇଁଠାପାଲି ସ୍ଥିତ ବସ ଷ୍ଟାଣ୍ଡ ନିକଟରୁ ଧରିଥିଲା । ଧରାପଡିଥିବା ବୌଦ୍ଧ ଜିଲା ମନମୁଣ୍ଡା ଥାନା ଅନ୍ତଗ୍‌ର୍ତ ଗାଇଗୋରିଆ ନିବାସୀ ସାର୍ଦ୍ଦୁଲ ଗାଇଗୋରିଆ (୩୯) ଏବଂ ସୋନପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ବାଗବର ଗ୍ରାମର ନିବାସୀ ରାମ କୁମାର ପଣ୍ଡା (୩୨) ଙ୍କୁ ପଚରାଉଚୁରା ସମୟରେ ସେମାନେ ଉକ୍ତ ଗାଡିକୁ ଚୋରି କରିବା ସହିତ ସମ୍ବଲପୁର, ବୌଦ୍ଧ ଓ ସୋନପୁର ଜିଲାର ବିଭି୍‌ନ୍ନ ଅଞ୍ଚଳରୁ ବାଇକ ଓ ସ୍କୁଟି ଗୁଡିକୁ ଚୋରି କରିଥିବାର ସ୍ୱୀକାର କରିଥିଲେ ।

ବିଗତ ଦିନରେ ସେମାନେ ଚୋରି କରିଥିବା ଅନେକ ଗାଡି ଗୁଡିକୁ ଚୋରି କରି ବିକ୍ରି କରିଥିବାବେଳେ ୨୮ଟି ସ୍କୁଟି ଓ ବାଇକ ଗୁଡିକୁ ବିକ୍ରି କରିବା ନିମନ୍ତେ ଗ୍ରାହକ ନ ମିଳିବାରୁ ଯୁଯୁମୁରା ଥାନା ଅନ୍ତର୍ଗତ ଜରାଙ୍ଗ ଜଙ୍ଗଲ ମଧ୍ୟରେ ବିଭିନ୍ନ ସ୍ଥାନରେ ଲୁଚାର ରଖିଥିବା ପୁଲିସକୁ ଜଣାଇଥିଲେ । ଗିରଫ ହୋଇଥିବା ରାମ କୁମାର ପଣ୍ଡା ସମ୍ବଲପୁରରୁ ରାଉରକେଲା ଯାଉଥିବା ଏକ ବସରେ କଣ୍ଡକ୍ଟର କାର୍ଯ୍ୟ କରୁଥିବା ବେଳେ ଏକ ମାମଲାରେ ସେ ବୀରମହାରାଜପୁର ଜେଲକୁ ଯାଇଥିବା ବେଳେ ସାର୍ଦ୍ଦୁଳ ଗାଇଗୋରିଆ ସହିତ ସାକ୍ଷାତ ହୋଇଥିଲା ଏବଂ ସେମାନଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା । ଉଭୟଙ୍କ ନାଁରେ ଗାଡି ଚୋରି ସହିତ ଅନେକ ଅପରାଧିକ ମାମଲା ମଧ୍ୟ ରହିଛି ।

- Advertisement -

ବିଗତ ଦିନରେ ଗାଡି ଚୋରି କରି ବିକ୍ରି ହୋଇଥିବା ଗାଡି ଗୁଡିକୁ ମଧ୍ୟ ଉଦ୍ଧାର କରିବା ପାଇଁ ଉଦ୍ୟମ କରାଯାଉଛି । ଏହି ଗ୍ୟାଙ୍ଗର ପର୍ଦ୍ଦାଫାଶ ପାଇଁ ଗଠିତ ସ୍ୱତନ୍ତ୍ର ଦଳରେ ଅଇଁଠାପାଲି ଥାନା ଅଧିକାରୀ ପ୍ରଦ୍ୟୁମ୍ନ ସ୍ୱାଇଁ, ଧନୁପାଲି ଥାନା ଅଧିକାରୀ ସୁବ୍ରତ ପାଣିଗ୍ରାହୀ, ବରେଇପାଲି ଥାନାଧିକାରୀ ସଞ୍ଜୟ ରାଉତରାୟ, ଧମା ଥାନାର ଅଭିନବ ମିଶ୍ର, କ୍ଷେତରାଜପୁର ଥାନାର ସଞ୍ଜୟ କୁମାର ସାହୁ, ରେଙ୍ଗାଲି ଥାନାର ଯଶୋବନ୍ତ ସେଲମା, ଅଇଁଠାପାଲି ଥାନାରେ ଯଯାତି କେଶରୀ ସାହୁ ଓ ଅନ୍ୟ କର୍ମଚାରୀମାନେ ସାମିଲ ରହିଥିଲେ ବୋଲି ଅତିରିକ୍ତ ଏସପି ମିଶ୍ର କହିଛନ୍ତି ।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories