ଧାମରାରେ ଗଙ୍ଗାମାତା ପୂଜା
ଧାମରା : ଧାମରା ନିକଟସ୍ଥ ଚନ୍ଦନୀପାଳ ଠାରେ ଗଙ୍ଗାମାତା ଙ୍କ ପୂଜା ମହାଆଡମ୍ବରେ ଆରମ୍ଭ ହୋଇଛି। ଦୀର୍ଘ ୪୪ବର୍ଷ ଧରି ଚନ୍ଦନୀପାଳ ଠାରେ ନିଜର ମତ୍ସ୍ୟ ବ୍ୟବସାୟ ଆରମ୍ଭ କରିଥିବା ମତ୍ସ୍ୟ ଜିବୀ ମାନେ ଏହି ପୂଜା କରି ଆସୁଛନ୍ତି। ପବିତ୍ର କାର୍ତିକ ପୂର୍ଣମୀ ଅବସରରେ ସମସ୍ତ ମତ୍ସ୍ୟଜିବୀଙ୍କ ପରିବାର ତଥା ଦୋସିଙ୍ଗା ପଂଚାୟତର ସର୍ବସାଧାରଣ ବଙ୍ଗୋପସାଗର କୂଳରେ ଡଙ୍ଗା ଭଷାଇବା ପରେ ଏହି ଗଙ୍ଗାମାତାଙ୍କ ପୂଜା ଆରମ୍ଭ କରିଥାନ୍ତି।
ଏହି ପୂଜା ପ୍ରଥମେ ଚନ୍ଦନୀପାଳ ଠାରେ ଥିବା ବାଲିଚର ମତ୍ସ୍ୟଜିବୀ ସଂଘ ଆରମ୍ଭ କରିଥିବା ବେଳେ ପରେ ମା ଧାମରାଇ ମତ୍ସ୍ୟଜିବୀ ସଂଘ ପ୍ରଥମ ସଂଘ ସହ ମିଳିମିଶି ଏହି ପୂଜା କୁ ପାଳନ କରୁଛନ୍ତି। ଦୀର୍ଘ ୮ଦିନ ଧରି ଏହି ପୂଜା ପାଳନ ହେବା ସହ ପ୍ରଥମ ୨ ଦିନ ସନ୍ଧ୍ୟାରେ ମାଳିକା ବଚନ ପ୍ରବଚନ ଏବଂ ୧୮ ତାରିଖ ଠାରୁ ଅପେରା ଶୋ ଏଠାରେ ଚାଲିବ ବୋଲି ଜଣାଯାଇଛି। ଚନ୍ଦନୀପାଳ ଠାରେ ସମୁଦ୍ର ବେଳାଭୂମିର ପ୍ରାକୃତିକ ଦୃଶ୍ୟ ଅତ୍ୟନ୍ତ ମନୋରମ ହୋଇଥିବା ବେଳେ ଧାମରା ଅଞ୍ଚଳର ବହୁ ଭକ୍ତ ଏବଂ ଭକ୍ତା ମାନେ ଏଠାରେ ଉପସ୍ଥିତ ରହି ମଜା ଉଠାଉଛନ୍ତି।
Comments are closed.