www.samajalive.in
Sunday, December 7, 2025
26.1 C
Bhubaneswar

ବୁଡ଼ାଗୁଡ଼ା-ଗୁମିକିଆ ରାସ୍ତା ପାଲଟିଛି ମରଣଯନ୍ତା 

ଫୁଲବାଣୀ: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ପଞ୍ଚାୟତ ଗୁମିକିଆ ଓ ଅଲିମାହା ରାସ୍ତା ମରଣଯନ୍ତା ପାଲଟିଛି। ବୁଡ଼ାଗୁଡ଼ାଠାରୁ ଅଲିମାହା ଗ୍ରାମକୁ ପ୍ରାୟ ୭ କିଲୋମିଟର ରାସ୍ତା ଖାଲଖମା ହୋଇ ରହିଥିବାବେଳେ ଯାତାୟତରେ ଘୋର ସମସ୍ୟା ଦେଖାଯାଉଛି। ବିଶେଷକରି ଗର୍ଭବତୀ ମହିଳା ଓ ଅନ୍ୟ ରୋଗୀଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇବା କ୍ଷେତ୍ରରେ ବହୁତ ସମସ୍ୟା ଦେଖାଦେଉଥିବା ଅଭିଯୋଗ ହେଉଛି। ଦୀର୍ଘଦିନ ହେଲା ଏହି ରାସ୍ତା ମରାମତି କରାଯାଉନାହିଁ। ଏକ ଦଶନ୍ଧି ପୂର୍ବରୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଏହି ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ କରାଯାଇଥିବାବେଳେ ତାହାକୁ ଆଉ ତଦାରଖ କରାଯାଉନାହିଁ। ବୁଡ଼ାଗୁଡ଼ା ପଞ୍ଚାୟତ ସମେତ ଗୁମିକିଆ ପଞ୍ଚାୟତ ଓ ପଡ଼ୋଶୀ କୋଟଗଡ଼ ବ୍ଲକର କିଛି ଅଞ୍ଚଳର ହଜାର ହଜାର ଜନସାଧାରଣ ଏହି ରାସ୍ତା ଉପରେ ନିର୍ଭରଶୀଳ।

ସେହିପରି ବିଦ୍ୟାଳୟ ଓ କଲେଜ ଛାତ୍ରୀଛାତ୍ରମାନଙ୍କର ଏହି ରାସ୍ତାରେ ଯାତାୟତ କରିବାରେ ସମସ୍ୟା ହେବା ସହ ବାରମ୍ବାର ଦୁର୍ଘଟଣା ଘଟୁଛି ବୋଲି ଗୁମିକିଆ ସରପଞ୍ଚ ତ୍ରିନାଥ ପ୍ରଧାନ କହିଛନ୍ତି। ଅଞ୍ଚଳବାସୀ ବାରମ୍ବାର ଏନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ ସୁଦ୍ଧା କେହି ଗୁହାରି ଶୁଣୁ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ୟାମସୁନ୍ଦର ସିଂହ କହିଛନ୍ତି, ଏହି ରାସ୍ତା ମରାମତି ପାଇଁ ଟେଣ୍ଡର ସରିଛି। ଖୁବଶୀଘ୍ର କାର୍ଯ୍ୟ କରାଯିବ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories