www.samajalive.in
Sunday, December 7, 2025
26.1 C
Bhubaneswar

ଶିଶୁ ଭାରତୀ ପଦାଧିକାରୀ କାର୍ଯ୍ୟଶାଳା

ଧାମରା: ଧାମରା ନିକଟସ୍ଥ କଇଥଖୋଲାଠାରେ ଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ସଙ୍କୁଳସ୍ତରୀୟ ଶିଶୁ ଭାରତୀ ପଦାଧିକାରୀ କାର୍ଯ୍ୟଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟଶାଳାରେ ଶିଶୁମାନଙ୍କ ମଧ୍ୟରେ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ମନ୍ତ୍ରୀ, ଉପମନ୍ତ୍ରୀ, ସେନାପତି ଏବଂ ଉପସେନାପତି ଭୋଟିଂ ମାଧ୍ୟମରେ ଚୟନ କରାଯାଇଛି। ଏହି ନିର୍ବାଚିତ ପ୍ରତିନିଧିମାନେ ଶିଶୁ ମନ୍ଦିରମାନଙ୍କରେ ହେଉଥିବା ସମସ୍ତ କାର୍ଯ୍ୟଶାଳାକୁ କିପରି ପରିଚାଳନା କରିବେ ସେ ବିଷୟରେ ସେମାନଙ୍କୁ ତାଲିମ ଦିଆଯାଇଛି। ଏଥିସହ କିପରି ଶିଶୁମାନଙ୍କର ଶାରିରୀକ, ବୌଦ୍ଧିକ ତଥା ମାନସିକ ବିକାଶ ହୋଇପାରିବ ସେ ବିଷୟରେ ମଧ୍ୟ ଆଲୋଚନା ହୋଇଛି। କର୍ମଶାଳାରେ ୮ମ ଶ୍ରେଣୀ ଛାତ୍ର ପାର୍ଥସାରଥି ପାତ୍ର ସଭାପତିତ୍ୱ କରିଥିବାବେଳେ ସେହି ଶ୍ରେଣୀର ଶୁଭଜିତ ମଣ୍ଡଳ ଅତିଥି ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥିଭାବେ ପୂର୍ବତନ ଭାରତୀୟ ସେନା ଅଧିକାରୀ ତଥା ସମାଜସେବୀ ନରହରି ମଲିକ, ମୁଖ୍ୟ ବକ୍ତାଭାବେ ବାସୁଦେବପୁର ସରସ୍ୱତୀ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ମଦନ ମୋହନ ମହନ୍ତ, ବିଦ୍ୟାଳୟର ସଂପାଦକ ଅଶୋକ କୁମାର ପଣ୍ଡିତ ପୌରୋହିତ୍ୟ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା କୁହେଳିକା ପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଏବଂ ଗୁରୁମା ସହଯୋଗ କରିଥିଲେ। ଏହି କାର୍ଯ୍ୟଶାଳାରେ ବାସୁଦେବପୁର ସଙ୍କୁଳସ୍ତରରେ ଥିବା ୧୨ଟି ଶିଶୁ ମନ୍ଦିରର ୪୦ଜଣ ବିଦ୍ୟାର୍ଥୀ ଅଂଶ ଗ୍ରହଣ କରିଥିଲେ। କର୍ମଶାଳା ଶେଷରେ ୯ମ ଶ୍ରେଣୀ ଛାତ୍ରୀ ପ୍ରଜ୍ଞା ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories