www.samajalive.in
Saturday, December 13, 2025
26.1 C
Bhubaneswar

ନିଶୁଳ୍କ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜିତ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ହରି ଭବନ ଠାରେ ପ୍ରେସ କ୍ଲବ୍ କଣ୍ଟାବାଞ୍ଜି ତରଫରୁ ରାୟପୁର ଏମଏମଆଇ ନାରାୟଣା ଡାକ୍ତରଖାନା ସହଯୋଗରେ ଏକ ନିଶୁଳ୍କ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା। ଶିବିର ଆରମ୍ଭ ପୂର୍ବରୁ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଯୋଗ ଦେଇ ଥିଲେ ଓ ପ୍ରେସ କ୍ଲବ୍ କଣ୍ଟାବାଞ୍ଜି ସେବା କାର୍ଯ୍ୟକୁ ପ୍ରଶଂସା କରିବା ସହ ଏହା ଜିଲ୍ଲା ପାଇଁ ଉଦାହରଣ, ଏହା ସହ ପୂର୍ବ ସରକାର ବିଭିନ୍ନ ଯୋଜନା ଅନୁଯାୟୀ ବିଏସକେୱାଇ ଯୋଗୁଁ ରାଜ୍ୟ ସ୍ବାସ୍ଥ୍ୟ ସେବା ପାଇବାରେ ରାଜ୍ୟବାସୀ ଅଗ୍ରଣୀ ରହିଛନ୍ତି। ଏହି ଯୋଜନା ବୀମା ସୀମା ମହିଳାଙ୍କୁ ୧୫ ଲକ୍ଷ ଓ ଅନ୍ୟ ମାନଙ୍କୁ ୧୦ ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ଦାବି କରିଥିଲେ। ସମ୍ମାନୀତ ଅତିଥି ଭାବେ ଅଗ୍ରୱାଲ ସଭା ଟ୍ରଷ୍ଟ ସମ୍ପାଦକ ସନ୍ତୋଷ ଅଗ୍ରୱାଲ, ପ୍ରେସ କ୍ଲବ୍ କଣ୍ଟାବାଞ୍ଜି ସଭାପତି ପ୍ରବଜିତ୍ ସିଂହ ସାଲୁଜା, କାର୍ଯ୍ୟକ୍ରମ ସଂଯୋଜକ ଆଶିଷ ଖଇତାନ ମଞ୍ଚାସୀନ ଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories