ସାବରମତୀଠୁ ସୁନ୍ଦରୀ ହେବ ମହାନଦୀ: ମୁଖ୍ୟମନ୍ତ୍ରୀ
କଟକ: ଓଡ଼ିଶାର ଜୀବନଧାରା ମହାନଦୀର ବଦଳିବ ଚିତ୍ର। ଗୁଜରାଟର ସାବରମତୀଠାରୁ ସୁନ୍ଦରୀ ହେବ ମହାନଦୀ। ଯୋଜନାର ରୂପରେଖ ସରିଛି। କେବଳ ଏହାର ପୂର୍ଣ୍ଣତା ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ସମ୍ବଲପୁର ଓ କଟକରେ ହେବ ‘ରିଭର ଭ୍ୟୁ ଫ୍ରଣ୍ଟ’ ବା ‘ମହାନଦୀ ବିହାର’। ଏଥିଲାଗି ୫୦ କୋଟି ଟଙ୍କାର ବ୍ୟୟବରାଦ ପାଇଁ ଯୋଜନା ରହିଥିଲାଟ୍ଟ ମାତ୍ର ଏଥିଲାଗି ୨୦୦ କୋଟି ଟଙ୍କା ପ୍ରଦାନ କରାଯିବ। ଆବଶ୍ୟକ ସ୍ଥଳେ ଆହୁରି ଅଧିକ ଖର୍ଚ୍ଚ କରାଯିବ ବୋଲି ଐତିହାସିକ କଟକ ବାଲିଯାତ୍ରା ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ଏଥିସହ ଐତିହାସିକ ବାଲିଯାତ୍ରାକୁ ଜାତୀୟ ନୁହେଁଟ୍ଟ ଆନ୍ତର୍ଜାତିକ ମାନ୍ୟତା ପ୍ରଦାନ କରାଯିବ। ଏଥିପାଇଁ ପ୍ରୟାସ ଆରମ୍ଭ ହୋଇଛିଟ୍ଟ ତେବେ କେବଳ ସରକାର ନୁହେଁ ସମସ୍ତଙ୍କ ଉଦ୍ୟମ ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଓଡ଼ିଶାରେ ନୌବାଣିଜ୍ୟକୁ ସୁଦୃଢ଼ କରିବା ପାଇଁ ପାରାଦ୍ବୀପ ବନ୍ଦରର ବିକାଶ କରାଯିବା ସହ େଦ୍ବୖତନଗରୀକୁ ଯୋଡ଼ିବା ଲାଗି କାର୍ୟ୍ୟ ଆରମ୍ଭ ହୋଇଥିବା ସେ କହିଛନ୍ତି। ବାଲିଯାତ୍ରାର ସ୍ମୃତି ପ୍ରଖ୍ୟାଳନ କରି ମୁଖ୍ୟମନ୍ତ୍ରୀ କହିଥିଲେ, କଟକରେ ମହାନଦୀର ସୂର୍ୟ୍ୟାସ୍ତ ପର୍ୟ୍ୟଟକଙ୍କୁ ବିମୋହିତ କରିଥାଏ। ଏପରିକି ଏହି ଗଡ଼ଗଡ଼ିଆ ଘାଟରୁ ସାଧବମାନେ ବଣିଜ ପାଇଁ ବିଦେଶକୁ ଯାଉଥିଲେଟ୍ଟ ଯାହା କଟକର ଐତିହ୍ୟକୁ ଗରିମା ମଣ୍ଡିତ କରିଥାଏ।
ଐତିହାସିକ କଟକ ବାଲିଯାତ୍ରା ଶୁକ୍ରବାର ସନ୍ଧ୍ୟାରେ ମହାନଦୀ ବେଳାଭୂମିରେ ଉଦ୍ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଏହି ବୃହତ୍ତମ ସାଂସ୍କୃତିକ ଓ ବାଣିଜ୍ୟିକ ମେଳାକୁ ଉଦ୍ଘାଟନ କରି କହିଲେ, ଭାରତର ସର୍ବପୁରାତନ ସହର ମଧ୍ୟରୁ କଟକ ଅନ୍ୟତମ। ବିଶ୍ବରେ ତାରକସି କାରୁକାର୍ୟ୍ୟ ଲାଗି କଟକର ସ୍ବତନ୍ତ୍ର ପରିଚୟ ରହିଛି। ମହାନଦୀ ଓ କାଠଯୋଡ଼ି ବିନା ଏହି
ସହରର ପରିକଳ୍ପନା କରାଯାଇ ନପାରେ। ମହାନଦୀ କୂଳରେ ପାଚୀନ କାଳରୁ ଚାଲି ଆସୁଥିବା ବାଲିଯାତ୍ରା ସଂସ୍କୃତି ଓ ବାଣିଜ୍ୟର ଏକ ଅପୂର୍ବ ସମାହାର। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୂର୍ବ ସରକାରଙ୍କୁ ସମ୍ୟକ୍ ସମାଲୋଚନା କରିଥିଲେ। ଆଜି ବି ଓଡ଼ିଶା ବହୁ ପଛରେ ଓ ଅବହେଳିତ ରହିଛି। ପୂର୍ବରୁ ରାଜ୍ୟରେ କିଏ ଦୁଇ ଥର ତ’ କିଏ ୫ଥର ନେତୃତ୍ବ ନେଇଛନ୍ତି। ଅନେକ ଯୋଜନା କରିଛନ୍ତିଟ୍ଟ ମାତ୍ର ଓଡ଼ିଶାର କିମ୍ବା କଟକ ବାଲିଯାତ୍ରାର ଆଖିଦୃଶିଆ ବିକାଶ ହୋଇପାରି ନାହିଁ। ନୂଆ ସରକାର ଆଧୁନିକ ଓଡ଼ିଶା ଗଠନ ପାଇଁ ସଂକଳ୍ପବଦ୍ଧ। ବାଲିଯାତ୍ରା ପଡ଼ିଆରୁ ନୂଆ ଓଡ଼ିଶାର ଯାତ୍ରା ଆରମ୍ଭ ହୋଇଥିବା ସେ କହିଥିଲେ। ପ୍ରଥମ ଥର ପାଇଁ ଚଳିତ ବର୍ଷ ବାଲିଯାତ୍ରାରେ ୧୪ ରାଷ୍ଟ୍ରର ରାଷ୍ଟ୍ରଦୂତ ଓ ଉଚ୍ଚାୟୁକ୍ତ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
ଅନ୍ୟତମ ଅତିଥି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଥିଲେ, ନେତା, ପ୍ରଶାସକ, ଅନ୍ତର୍ଜାତୀୟ ଅତିଥି ଏଥର ବାଲିଯାତ୍ରା ମଞ୍ଚରେ ଏକାଠି ହୋଇଛନ୍ତି। କଟକ ବାଲିଯାତ୍ରାକୁ ଅନ୍ତର୍ଜାତୀୟ ମାନ୍ୟତା ମିଳିବାର ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଏ ସରକାରକୁ କହିବା ଦରକାର ନାହିଁ, ଜନସାଧାରଣ ଯାହା ଭାବିବେ ତାହା ଏ ସରକାର କରିବ। କଟକ ସାଂସଦ ଭର୍ତ୍ତୃହରି ମହତାବ କହିଲେ, ମହାନଦୀ ବନ୍ଧ ତଳେ ଇତିହାସ ରହିଛି। କଟକର ମହାନଦୀରେ ହିଁ ସବୁଠାରୁ ସୁନ୍ଦର ସୂର୍ୟ୍ୟାସ୍ତ ଦେଖିବାକୁ ମିଳିଥାଏ, ଯାହା ରାଜ୍ୟର ଅନ୍ୟ କୌଣସିଠାରେ ନଥାଏ। ବାଲିଯାତ୍ରା କହିଲେ କେବଳ କଟକ ବାଲିଯାତ୍ରା। କଟକକୁ ପର୍ୟ୍ୟଟନ ସ୍ଥଳ ମାନ୍ୟତା ଏବଂ ବାଲିଯାତ୍ରାକୁ ଅନ୍ତର୍ଜାତୀୟ ମାନ୍ୟତା ୟୁନିସ୍କୋ ଦ୍ବାରା ମଳିବା ଦରକାର। ଏବେ ବୈଦେଶିକ ସମ୍ପର୍କ ଦ୍ବାରା ବାଣିଜ୍ୟିକ କାରବାର ବୃଦ୍ଧି କରିବାର ସମୟ ଆସିଛି ବୋଲି ସେ ମତପ୍ରକାଶ କରିଥିଲେ। ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇ କହିଲେ, ପ୍ରାଚୀନ ଓଡ଼ିଶାକୁ ବିଭବଶାଳୀ କରିବାରେ ସାଧବ ପୁଅଙ୍କ ପ୍ରମୁଖ ଭୂମିକା ରହିଥିଲା। ଓଡ଼ିଶାର ଇତିହାସ ସମ୍ଭ୍ରାନ୍ତ। କଟକ ମୂକସାକ୍ଷୀ ହୋଇଥିବା ବେଳେ ବାଲିଯାତ୍ରା ଏହାର ଗରିମା ମଣ୍ଡିତ କରିଛି। ମେୟର ସୁବାସ ସିଂହ କହିଲେ, କଟକର ବିକାଶ ହୋଇଛି। ଏହି ପ୍ରକ୍ରିୟା ଜାରି ରହିବା ଆବଶ୍ୟକ। ବାଲିଯାତ୍ରା ରାଜ୍ୟ, ଦେଶ ଓ ବିଦେଶକୁ ପ୍ରଭାବିତ କରି ପାରିଥିବା ସେ କହିଥିଲେ। ନିଆଳି ବିଧାୟକ ଛବି ମଲ୍ଲିକ ବାଲିଯାତ୍ରା ବ୍ୟବସାୟର ଇତିହାସ ସମ୍ପର୍କରେ ଆଲୋକପାତ କରିବା ସହ ଏହି ସଂସ୍କୃତି ଓ ପରମ୍ପରା ବଜାୟ ରହୁ ବୋଲି କହିଥିଲେ। ବିଧାୟକ ସୌଭିକ ବିଶ୍ବାଳ କହିଲେ ବାଲିଯାତ୍ରା ଓଡ଼ିଶାର ଅର୍ଥନୀତି ଓ ସଂସ୍କୃତିକୁ ସୁଦୃଢ଼ କରି ଆସୁଛି। ବାଲିଯାତ୍ରାକୁ ଅନ୍ତର୍ଜାତୀୟ ମାନ୍ୟତା ମିଳିବା ଆବଶ୍ୟକ। ବିଧାୟିକା ସୋଫିଆ ଫିର୍ଦୋସ କହିଲେ, ବାଲିଯାତ୍ରା ଆମ କଟକିଆଙ୍କ ପରିଚୟ। ବାଲିଯାତ୍ରା ହିଁ କଟକ ସହରର ବାଣିଜ୍ୟିକ ସଂସ୍କୃତିକୁ ଉଚ୍ଚରେ ପହଞ୍ଚାଇଛି। ବାଲିଯାତ୍ରାରେ କ୍ଷୁଦ୍ର ବ୍ୟବସାୟୀଙ୍କ ଲାଗି ଜମି ନିଲାମ ପ୍ରକ୍ରିୟା ବନ୍ଦ କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇଥିଲେ। ଏଥର ବାଲିଯାତ୍ରା ଅନ୍ତର୍ଜାତୀୟସ୍ତରର ମନେ ହେଉଥିବା ବିଧାୟକ ପ୍ରକାଶ ସେଠୀ ମତ ଦେଇଥିଲେ।
ଅତିଥିମାନେ ବାଲିଯାତ୍ରା ସ୍ମରଣିକା ଉନ୍ମୋଚନ କରିଥିବାବେଳେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସାନ୍ତାଳି ଭାଷାର ୫ଟି ପୁସ୍ତକ ଲୋକାର୍ପିତ ହୋଇଥିଲା। ସ୍ମରଣିକାର ସମ୍ପାଦନା ମଣ୍ଡଳୀକୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଥିଲେ। ଉତ୍ସବରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ସହରାଞ୍ଚଳ ଉନ୍ନୟନ ସଚିବ ଅନୁ ଗର୍ଗ, ବୈଦେଶିକ ମନ୍ତ୍ରଣାଳୟର ପୂର୍ବାଞ୍ଚଳ ସଚିବ ଜଗଦେବ ମଜୁମଦାର, କଟକ ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଧେ, ସିଏମ୍ସି କମିସନର ଅନାମ ଚରଣ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.