www.samajalive.in
Tuesday, December 9, 2025
16.1 C
Bhubaneswar

ସାଂସଦ ପ୍ରଦୀପ ପାଣିଗ୍ରାହୀ ଓ ପାଠକ ବାପପୁଅଙ୍କ ନାଁରେ ଚାର୍ଜଫ୍ରେମ

ବ୍ରହ୍ମପୁର : ଟାଟା ମୋଟର୍ସରେ ଚାକିରି ଦେବାକୁ କହି ସ୍ଥାନୀୟ ଅଞ୍ଚଳର ଏକାଧିକ ଯୁବକଙ୍କୁ ଠକେଇ ମାମଲାରେ ବୁଧବାର ଅଦାଲତରେ ହାଜର ହୋଇଛନ୍ତି ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ସମେତ ପାଠକ ବାପପୁଅ। ବ୍ରହ୍ମପୁର ଜେଏମଏଫସି(ଗ୍ରାମୀଣ) ତଥା ସାଂସଦ ଓ ବିଧାୟକଙ୍କ ମାମଲାର ଶୁଣାଣି ପାଇଁ ଉଦ୍ଦିଷ୍ଟ ସ୍ବତନ୍ତ୍ର ଅଦାଲତରେ ଏହି ଠକେଇ ସମ୍ପର୍କିତ ମାମଲା ଗୁଡିକର ଶୁଣାଣି ଚାଲୁ ରହିଥିବା ବେଳେ ଆଜି ସମସ୍ତେ ଅଦାଲତରେ ହାଜର ହୋଇଥିଲେ। ଅଦାଲତରେ ଆଜି ୪ଟି ମାମଲାରେ ସାଂସଦ ଡ. ପାଣିଗ୍ରାହୀଙ୍କ ନଁାରେ ଚାର୍ଜଫ୍ରେମ ହୋଇଥିଲା। ପ୍ରଦୀପଙ୍କ ସମେତ ପୂର୍ବତନ ଆଇଏଫଏସ ଅଧିକାରୀ ଅଭୟ ପାଠକ, ତାଙ୍କ ପୁଅ ଆକାଶ ପାଠକଙ୍କ ନାଁରେ ଚାର୍ଜଫ୍ରେମ ହୋଇଥିଲା। ପୂର୍ବରୁ ଗୋଟିଏ ଠକେଇ ମାମଲାରେ ପ୍ରଦୀପ ସମେତ ଅନ୍ୟମାନଙ୍କ ନାଁରେ ଚାର୍ଜଫ୍ରେମ ହୋଇଥିବାବେଳେ ଆଜି ୪ଟି ମାମଲାରେ ଚାର୍ଜଫ୍ରେମ ହେବା ପରେ ସାଂସଦ ପ୍ରଦୀପ ଏବଂ ପାଠକ ବାପ-ପୁଅ ନାଁରେ ମୋଟ ୫ଟି ମାମଲା(ଠକେଇ)ରେ ଚାର୍ଜଫ୍ରେମ ହୋଇଛି। ସାଂସଦଙ୍କ ନାଁରେ ଠକେଇ ମାମଲା ଦାୟର କରିଥିବା ଅଭିଯୋଗକାରୀମାନେ କିଛି ମାସ ତଳେ ଅଦାଲତରେ ସତ୍ୟପାଠ ଦାଖଲ କରି ସେମାନେ ଆଗକୁ ମାମଲା ଲଢିବାକୁ ଚାହୁଁନଥିବା ଜଣାଇଥିଲେ। ସେହିକ୍ରମରେ ସମସ୍ତ ଠକେଇ ମାମଲାର ଗୁରୁତ୍ବ କମିଯାଇଛି। ହେଲେ ନ୍ୟାୟିକ ପ୍ରକ୍ରିୟା ଅନୁସାରେ ଅଦାଲତରେ ବିଚାରଣା ଚାଲୁ ରହିବ ବୋଲି ଆଇନଜୀବୀ ବାଳକୃଷ୍ଣ ପଲେଇ କହିଛନ୍ତି। ସେହିପରି ଓଡ଼ିଶା ସରକାର ଯେଉଁ ପ୍ରୋଟେକସନ ପିଟିସନ ଫାଇଲ କରିଥିଲେ ତାହାକୁ ଅଦାଲତ ଖାରଜ କରିଦେଇଥିଲେ ବୋଲି ଶ୍ରୀ ପଲେଇ ସୂଚନା ଦେଇଥିଲେ। ଅଦାଲତରେ ହାଜର ହୋଇ ଫେରିବା ପରେ ସାଂସଦ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ତତ୍କାଳୀନ ବିଜେଡି ସରକାର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ମୋ ନାଁରେ ମାମଲା କରାଯାଇ ଜେଲ ପଠାଯାଇଥିଲା। ସେହି ମାମଲାର ବିଚାରଣା ଜାରି ରହିଛି ଏବଂ ଅଦାଲତର ଯାହା ପ୍ରକ୍ରିୟା ରହିଛି ତାହାକୁ ମୁଁ ସାମ୍ନା କରିବି ବୋଲି ସାଂସଦ କହିଥିଲେ।
ପ୍ରକାଶଥାଉକି, ୨୦୨୦-୨୧ରେ ଗୋପାଳପୁରର ବିଜେଡି ବିଧାୟକ ଥିବା ଡ. ପାଣିଗ୍ରାହୀଙ୍କ ନଁାରେ ଏକାଧିକ ଠକେଇ ଅଭିଯୋଗ ହୋଇଥିଲା। ପାଠକ ବାପା-ପୁଅ ସହ ମିଶି ସେ ସ୍ଥାନୀୟ ଅଞ୍ଚଳର ଏକାଧିକ ଯୁବକଙ୍କୁ ଟାଟା ମୋଟର୍ସରେ ଚାକିରି ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା। ପୁଲିସ ସେତେବେଳେ ଡ. ପାଣିଗ୍ରାହୀଙ୍କ ସମେତ ପାଠକ ବାପା-ପୁଅଙ୍କୁ ଗିରଫ କରି ଜେଲ ପଠାଇଥିଲା।

Hot this week

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

Related Articles

Popular Categories