୧୫ ବର୍ଷ ପରେ ଘରକୁ ବାହୁଡ଼ିଲା ହଜିଲା ପୁଅ, ସରିଥିଲା ଶୁଦ୍ଧିକ୍ରିୟା

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତ ତଣ୍ଡୋ ଗ୍ରାମର ଅଯୋଧ୍ୟା ଦେହୁରୀଙ୍କ ପୁଅ ଚିତ୍ରସେନ ଦୀର୍ଘ ୧୫ ବର୍ଷ ହେବ ଘରୁ କୁଆଡେ ଚାଲି ଯାଇଥିଲେ। ତାଙ୍କର ସାମାନ୍ୟ ମସ୍ତିଷ୍କ ବିକୃତି ଥିଲା। ସେ ଘରୁ ଗଲାବେଳେ ତାଙ୍କୁ ୧୪ ବର୍ଷ ହୋଇଥିଲା। ସୋମବାର ନେପାଳର ଏକ ସ୍ୱେଛାସେବୀ ସଂଗଠନ କର୍ମୀମାନେ ଚିତ୍ରସେନଙ୍କୁ ଆଣି ଘରେ ଛାଡ଼ି ଦେଇଛନ୍ତି। ଏହାପରେ ତାଙ୍କୁ ପରିବାର ଲୋକେ ସ୍ଵତନ୍ତ୍ର ଘରେ ଏକା କରି ରଖିଛନ୍ତି। ତାଙ୍କ ପରିବାର ଚିତ୍ରସେନଙ୍କ ପୂର୍ବରୁ ଶୁଦ୍ଧିକ୍ରିୟା ସାରିଥିବାରୁ ଆଉ ଏକ ପୂଜା ନକରି ଚିତ୍ରସେନଙ୍କ ମୁହଁ ଦେଖିଲେ ଅଶୁଭ ହେବ ବୋଲି ସେମାନଙ୍କର ଅନ୍ଧବିଶ୍ୱାସ ରହିଛି। ଏନେଇ ଗାଁ ପରିବାର ଲୋକେ ମୁହଁ ଖୋଲୁ ନାହାଁନ୍ତି। ଗତ ବର୍ଷ ତାଙ୍କ ପୁଅଙ୍କର ଭଦ୍ରକରେ ମୃତ୍ୟୁ ହୋଇଥିବା ଖବର ପାଇ ପରିବାର ଶୁଦ୍ଧି ହୋଇପଡ଼ିଥିଲେ। ଏହାପରେ ଅଯୋଧ୍ୟା ଭାଙ୍ଗି ପଡ଼ି ସାହି ଭାଈଙ୍କ ପରାମର୍ଶ ଓ ପୂଜକଙ୍କ ପରାମର୍ଶରେ ଆଜି ହିନ୍ଦୁ ରୀତି ନୀତି ଅନୁସାରେ ପୁଅକୁ ମୁଣ୍ଡନ କରାଇ ପୂଜା ପାଠ ସହ ନୂତନ ଗୃହ ପ୍ରବେଶ କରାଇଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।

Comments are closed.