www.samajalive.in
Thursday, December 11, 2025
26.1 C
Bhubaneswar

ଯମୁନାପଶିରେ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ପାଟଣା: ପାଟଣା ବ୍ଳକ ଅନ୍ତର୍ଗତ ଯମୁନାପଶି ଗ୍ରାମପଞ୍ଚାୟତର ବିଶେଇପାଟ ସରକାରୀ ଉଚ୍ଚ ବିଦ୍ୟାଳୟରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ବିଭାଗର ଭିନ୍ନକ୍ଷମ ମାନେ ପଞ୍ଜିକରଣ କରିବା ସହ ଆବଶ୍ୟକ ଡାକ୍ତରୀ ପରାମର୍ଶ ହାସଲ କରିଛନ୍ତି। ଅସ୍ଥିଶଲ୍ୟ, କର୍ଣ୍ଣ, ନାସା ଓ ଗଳା, ମାନସିକ ରୋଗ, ଚକ୍ଷୁ ରୋଗ ଆଦି ବିଭାଗ ପାଇଁ ଅଲଗା ଅଲଗା ପଞ୍ଜିକରଣ କକ୍ଷ ସ୍ଥାପନ କରାଯାଇଥିବା ବେଳେ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ଭିନ୍ନକ୍ଷମ ମାନଙ୍କ କାଗଜାଦ ଗ୍ରହଣ କରାଯାଇ ଆଶୁ ପଦକ୍ଷେପ ନେବା ସକାଶେ ସୁବନ୍ଦୋବସ୍ଥ ମଧ୍ୟ କରାଯାଇଥିବା ଜଣାଯାଇଛି। ଭିନ୍ନକ୍ଷମ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଆବଶ୍ୟକ ପରାମର୍ଶ ଦେବା ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନ ସୌଜନ୍ୟରୁ ସ୍ୱତନ୍ତ୍ର ଡାକ୍ତରୀ ଦଳ ମଧ୍ୟ ନିୟୋଜିତ କରାଯାଇଥିବା ଜଣାଯାଇଛି। ଖବର ଅନୁଯାୟୀ ଯୋଗ୍ୟ ଭିନ୍ନକ୍ଷମ ମାନଙ୍କୁ ଭିନ୍ନକ୍ଷମ ଉପକରଣ ମଧ୍ୟ ବଣ୍ଟନ କରାଯିବା ନିମନ୍ତେ ବ୍ୟବସ୍ଥା କରାଯାଇଥିଲା। ଏହା ବାଦ ଭିନ୍ନକ୍ଷମ ମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଦେବା ଓ ବସ ପାସ ତଥା ଭତ୍ତା ଦେବା ପାଇଁ ଆବେଦନ ପତ୍ର ମଧ୍ୟ ଏହି ଶିବିରରେ ଗ୍ରହଣ କରାଯାଇଛି। ଏହି ଶିବିରର ପଞ୍ଜିକରଣ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସହାୟତା ଯୋଗେଇ ଦେବା ପାଇଁ ପାଟଣା ବ୍ଲକ ପ୍ରଶାସନ ତରଫରୁ କର୍ମଚାରୀ ମାନଙ୍କୁ ମୁତୟନ କରାଯାଇଥିବା ବେଳେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁକାନ୍ତି ନାଏକ, ବିଡ଼ିଓ ମାନସ କୁମାର ଦଣ୍ଡପାଟ, ଏବିଡ଼ିଓ ଚିତ୍ତରଞ୍ଜନ ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ସିଦ୍ଧ ମାଝୀ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଭୁବନେଶ୍ୱରୀ ମହାନ୍ତ ଓ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅଭୟ ଚରଣ ଦେହୁରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ତଦାରଖ କରିଥିଲେ। ପ୍ରାୟ ୧୫ ଶହରୁ ଉର୍ଦ୍ଧ୍ଵ ଭିନ୍ନକ୍ଷମ ଏହି ଶିବିରରେ ଉପସ୍ଥିତ ରହି ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଡାକ୍ତରୀ ପରାମର୍ଶ ଗ୍ରହଣ କରିଥିବା ଜଣାଯାଇଛି।

Hot this week

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

Related Articles

Popular Categories