www.samajalive.in
Wednesday, December 10, 2025
18.1 C
Bhubaneswar

ଚାଷୀମାନଙ୍କୁ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ କେନ୍ଦେଇପଶି ପଞ୍ଚାୟତ ମହିଁଷାମୁଣ୍ଡି ଗ୍ରାମରେ କୃଷି ବିଭାଗ ପକ୍ଷରୁ ଗ୍ରାମର ଚାଷୀମାନଙ୍କୁ ନେଇ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି। ଏହି ପ୍ରଶିକ୍ଷଣ ଶିବିରରେ ଗ୍ରାମର ୨୫ ଜଣ ଚାଷୀ ଭାଇ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଘଟଗାଁ କୃଷି ଜିଲ୍ଲା ଅଧିକାରୀ ସୁଧୀର ବେହେରା, ପାଟଣା ସହକାରୀ କୃଷି ଅଧିକାରୀ ପରେଶ କୁମାର ଦାଶ, ଘଟଗାଁ କୃଷି ବିଭାଗର ସୁବ୍ରତ କୁମାର ସାମଲ, ସଂଗଠନ ପକ୍ଷରୁ ପ୍ରଫୁଲ୍ଲ କୁମାର ପାକଳ ଓ ଜଗନ୍ନାଥ ତ୍ରୀପାଠୀ ଯୋଗ ଦେଇଥିବା ବେଳେ କୃଷି ଅଧିଦର୍ଶକ ଦମୟନ୍ତୀ ମହାନ୍ତ ଓ ଦୁର୍ଗା ଚରଣ ତ୍ରିପାଠୀ ଶିବିର ପରିଚାଳନା କରିଥିଲେ। ୩ ବର୍ଷ ପାଇଁ ସୁବାସିତ ଧାନ ଚାଷ କରୁଥିବା ଚାଷୀ ମାନଙ୍କୁ ଦିଆଯାଉଥିବା ପ୍ରୋତ୍ସାହନ ରାଶି ଓ ଅନ୍ୟାନ୍ୟ ଯୋଜନା ସମ୍ପର୍କରେ ସୂଚନା ଦିଆଯିବା ସହ ଉନତ କିସମର ଧାନ ବିହନ, ଜୈବିକ ସାର ପ୍ରୟୋଗ ସହ ଅନ୍ୟାନ୍ୟ ଉଦ୍ୟାନ ଚାଷ, ମତ୍ସ୍ୟ ଚାଷ, ଗୋପାଳନ ଆଦି ଦ୍ଵାରା ଚାଷୀ ମାନେ କିପରି ଯୋଜନାର ଲାଭ ଉଠାଇ ସ୍ୱାବଲମ୍ବୀ ହୋଇପାରିବେ ସେ ନେଇ ଦିଗଦର୍ଶନ ଦିଆଯାଇଥିଲା।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories