www.samajalive.in
Saturday, December 6, 2025
23.1 C
Bhubaneswar

ସ୍ୱାମ ଶାସନରେ ରାହାସ ପୂଜା ଅନୁଷ୍ଠିତ

ପାଟଣା: କେନ୍ଦୁଝର ଜିଲ୍ଲା ବଡପାଟଣା ପଞ୍ଚାୟତ ଅନ୍ତର୍ଗତ ସ୍ଵାମ ଶାସନରେ ରାହାସ ପୂଜା ମଙ୍ଗଳବାର ଏକାଦଶୀ ତିଥିରୁ ପୂଜାର୍ଚ୍ଚନା କରାଯାଉଛି। ଏହି ପୂଜାର୍ଚ୍ଚନାରେ ମୁଖ୍ୟ ପୁରୋହିତ ଭାବେ ପ୍ରମୋଦ କୁମାର ଦାଶ, ସହଯୋଗୀ ଲୋକନାଥ ମିଶ୍ର,କର୍ତ୍ତା ଭାବେ ଦେବାଶିଷ ତ୍ରିପାଠୀଙ୍କ ଦ୍ୱାରା ବିଧିବଦ୍ଧ ଭାବେ ପୂଜା କାର୍ଯ୍ୟ ଅନୁଷ୍ଠିତ ହୋଇଛି। ଏହି ପୂଜା ମଙ୍ଗଳବାର ଠାରୁ ଆରମ୍ଭ ହୋଇ ଶନିବାର ଦିନ ଶେଷ ହେବ। ଏହି ପୂଜାରେ ଦୁଇ ଦିନ ଧରି ଝିଅ ପାଲା ଏବଂ ଗୋଟିଏ ଦିନ ପ୍ରବଚନ ପରିବେଷଣ କରାଯିବା ସହ ଛୋଟ ଛୋଟ ପିଲାକୁ ନେଇ ନାଚଗୀତର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି ପୂଜାରେ ସହଯୋଗ କରିଥିବା ଗ୍ରାମର ଯୁବକ ମାନେ ହେଲେ ଆର୍ଯ୍ୟ ପ୍ରସାଦ ଦାଶ ପ୍ରକାଶ ଦାଶ, ଭବତୋଶ ଶତପଥି, ଶକ୍ତି ଶେଖର କର, ତପନ କୁମାର କର, ସିଦ୍ଧାର୍ଥ କୁମାର ଦାଶ, ସମିର ଦାଶ, ଗିରିଜା ମିଶ୍ର, ଅରୁଣ କୁମାର ଦାଶ, ଚିରଞ୍ଜିବି ଦାଶ, ସୌମ୍ୟରଞନ ଦାଶ, ଦୁର୍ଗା ମାଧବ ପତି, ଶୁଭମ ପତି,ସିଦ୍ଧାର୍ଥ ତ୍ରିପାଠୀ, ସୁମିତ କୁମାର ପତି, ଗୌରୀ ରଞ୍ଜନ ମିଶ୍ର, ହିମାଂଶୁ ମିଶ୍ର, ଶଶିଭୂଷଣ ପତି, ଭାଗିରଥି ଦାଶ, ପବନ କୁମାର କର, ସିଦ୍ଧାର୍ଥ ଦାଶ, ବିକି ମିଶ୍ର ଏବଂ ଗ୍ରାମର ସମସ୍ତଙ୍କର ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories