www.samajalive.in
Saturday, December 6, 2025
26.1 C
Bhubaneswar

୩୩ ବର୍ଷରେ ପଦାର୍ପଣ କଲେ ସୁଶାନ୍ତ

ମୁମ୍ବଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ସୋମବାର ୩୩ ବର୍ଷରେ ପାଦ ଥାପିଛନ୍ତି। ସେ ୧୯୮୬ ମସିହା ଜାନୁୟାରୀ ୨୧ ତାରିଖରେ ବିହାରର ପାଟନାଠାରେ ଜନ୍ମଗ୍ରହଣ କରିଥିଲେ। ସେ ପ୍ରଥମେ ଛୋଟ ପରଦାରୁ ଅଦମ୍ୟ ସଫଳତା ପାଇବା ପରେ ସିନେମାରେ ନଜର ଆସିଥିଲେ।

ପୂର୍ବରୁ ଜି ଟଭିରେ ପ୍ରସାରିତ ହେଉଥିବା ଧାରାବାହିକ ‘ପବିତ୍ର ରିସ୍ତା’ ରେ ଅଙ୍କିତା ଲୋଖଣ୍ଡେଙ୍କ ସହ ଅଭିନୟ କରି ସୁଶାନ୍ତ ଦେଶର ଘରେ ଘରେ ପରିଚିତ ହୋଇଥିଲେ। ଏହି ଧାରାବାହିକରେ ତାଙ୍କର ଓ ଅଙ୍କିତାଙ୍କ ଯୋଡ଼ି ପରଦାରେ ସୁପରହିଟ୍ ହେବା ସହ ବାସ୍ତବ ଜୀବନରେ ମଧ୍ୟ ଦୁହେଁ ଦୁହିଁଙ୍କ ପ୍ରେମରେ ପଡ଼ିଥିଲେ। ଏହି ଧାରାବାହିକରେ ତାଙ୍କର ବଳିଷ୍ଠ ଅଭିନୟ ପ୍ରଦର୍ଶନ ପରେ ତାଙ୍କୁ ବଲିଉଡ ସିନେମାରେ ସୁଯୋଗ ମିଳିଥିଲା। ତାଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର ଥିଲା ’କାଇ ପୋ ଚେ’ । ତେବେ ‘ପିକେ’ ଚଳଚ୍ଚିତ୍ରରେ ତାଙ୍କୁ ଖୁବ୍ ସଫଳତା ମିଳିଥିଲା ଓ ଏହି ଚଳଚ୍ଚିତ୍ର ତାଙ୍କ ଜୀବନର ଗତିପଥ ବଦଳାଇ ଦେଇଥିଲା।

- Advertisement -

ଉଲ୍ଲେଖଯୋଗ୍ୟ, ପରେ ଅଙ୍କିତା ଓ ସୁଶାନ୍ତଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ଏହାପରେ କୃତି ସେନନଙ୍କ ସହ ତାଙ୍କର ପ୍ରେମ ସମ୍ପର୍କକୁ ନେଇ ବଲିଉଡରେ ଖୁବ୍ ଚର୍ଚ୍ଚା ହୋଇଥିଲା।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories