www.samajalive.in
Sunday, December 14, 2025
23.1 C
Bhubaneswar

ଇସ୍ରାଏଲ ଆକ୍ରମଣରେ ଲେବାନନ୍‌ରେ ୪୦ ମୃତ

ବେରୁଟ୍‌: ଇସ୍ରାଏଲ ପକ୍ଷରୁ ଶନିବାର ରାତିରେ ଲେବାନନ୍‌ ରାଜଧାନୀ ବେରୁଟ୍‌ ସହରର ଉପକଣ୍ଠସ୍ଥ ଅଞ୍ଚଳରେ ପ୍ରବଳ ବୋମାମାଡ କରାଯାଇଥିବାବେଳେ ୪୦ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଏକାଧିକ ଶିଶୁ ସାମିଲ ଥିବା କୁହାଯାଇଛି। ଇସ୍ରାଏଲ ପକ୍ଷରୁ ସହର ଛାଡି ଅନ୍ୟତ୍ର ପଳାଇବାକୁ ସ୍ଥାନୀୟ ଲୋକଙ୍କୁ ନିର୍ଦେଶ ଦିଆଯାଇଥିଲା। ଇସ୍ରାଏଲର ଲଢୁଆ ବିମାନଗୁଡିକ ବେରୁଟ୍‌ ନିକଟସ୍ଥ ବାଲବେକ୍‌ ସହର ଉପରେ ପ୍ରବଳ ବୋମାମାଡ କରିଥିବାବେଳେ ୮ ହେଜବୋଲ୍ଲା ଆତଙ୍କବାଦୀଙ୍କ ସମେତ ୨୦ ଜଣଙ୍କର ମୃତ୍ୟୁ ଘଟିଛି। ଗତବର୍ଷ ଅକ୍ଟୋବର ୭ରୁ ଇସ୍ରାଏଲ ଓ ହମାସ୍‌ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଶେଷ ହୋଇନଥିବାବେଳେ ଲେବାନନ୍‌ରେ ସକ୍ରିୟ ଥିବା ହେଜବୋଲ୍ଲା ସଂଗଠନ ମଧ୍ୟ ଇସ୍ରାଏଲ ଉପରେ ଆକ୍ରମଣ ଜାରି ରଖିଛି। ବିଗତ ଏକବର୍ଷ ମଧ୍ୟରେ ଇସ୍ରାଏଲ ଆକ୍ରମଣରେ ଲେବାନନରେ ୩୧୩୬ ଜଣ ପ୍ରାଣ ହରାଇ ସାରିଥିବାବେଳେ ୧୪ ହଜାରରୁ ଅଧିକ ଆହତ ହୋଇଥିବା ଜଣାପଡିଛି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories