www.samajalive.in
Tuesday, December 9, 2025
17.1 C
Bhubaneswar

ଓଡିଶା ଜାଗାରେ ଆନ୍ଧ୍ର ଫଳକ, ଅକ୍ତିଆର କରିବାକୁ ଚଳାଇଛି ପ୍ରୟାସ !

ଗୁଣପୁର: ପ୍ରଥମେ ପାଣି ପରେ ଜାଗା। ଏମିତି ଗୋଟିଏ ପରେ ଗୋଟିଏ ଆନ୍ଧ୍ର ତାର ମନମାନୀ ଚଳାଇଛି। କୋଟିଆ ବିବାଦ ଏଯାଏଁ ଥମି ନାହିଁ। ଏପଟେ ପୁଣି ଆଉ ଏକ ସମସ୍ୟା ଦେଖା ଦେଇଛି। ଆନ୍ଧ୍ର – ଓଡିଶା ସୀମାନ୍ତ ଗାଁର ଓଡିଶା ଜାଗାରେ ଆନ୍ଧ୍ର ଏକ ବେସରକାରୀ ସଂସ୍ଥା ତାର ବୋର୍ଡ ଲଗାଇଛି। ଏମିତି ଦୃଶ୍ୟ ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ମରମା ପଞ୍ଚାୟତ ରେ ଦେଖିବାକୁ ମିଳିଛି। ହେଲେ ପ୍ରଶାସନ ପାଖରେ ଖବର ନାହିଁ।
ଓଡିଶା ଜାଗାରେ ଆନ୍ଧ୍ର ବେସରକାରୀ ସଂସ୍ଥା ର ଫଳକ। ଏମିତି ଦୁଇଟି ଜାଗାରେ ଲାଗିଛି ସାଇନ୍ ବୋର୍ଡ।ଇଏ ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ମରମା ପଞ୍ଚାୟତର ଦୃଶ୍ୟ। ଏହି ପଞ୍ଚାୟତର ତିନିଟି ପୃଥକ ପୃଥକ ସ୍ଥାନରେ ଏଭଳି ସାଇନ୍ ବୋର୍ଡ ଲାଗି ଥିଲା। ବର୍ତ୍ତମାନ କାମନାଗୁଡା ନିକଟରେ ଗୋଟିଏ ସାଇନ୍ ବୋର୍ଡ ଲାଗିଥିବା ବେଳେ ଆଉ ଗୋଟିଏ ତୋଟାଗୁଡା  ଛକରେ ସାଇନ୍ ବୋର୍ଡ ଲାଗିଛି। ଆନ୍ଧ୍ରର କିଛି ଲୋକ ଆସି ଗାଁ ଲୋକଙ୍କ କଥା ହୋଇ ଲଗାଇ ଚାଲି ଯାଇଛନ୍ତି। ତେବେ ବ୍ଲକ ର ବିଡିଓ କିମ୍ବା ତହସିଲଦାର କେମିତି ଜାଣି ପାରିଲେ ନାହିଁ। ପ୍ରସାସନିକ ସ୍ତରରେ କାହା ପାଖରେ ଖବର ନାହିଁ। ଏପରିକି ସିମାବର୍ତୀ ଗ୍ରାମାଞ୍ଚଳ ବାସି ଆନ୍ଧ୍ର ରେ ପିଲା ପାଠ ପଢିବା ପାଇଁ ଆଗ୍ରହ ରହୁଛନ୍ତି ଓଡିଶା ଶିକ୍ଷା ପ୍ରତି ମୁହଁ ଫେରାଉଥିବା ମଧ୍ୟ କହିଛନ୍ତି କିଛି ଗ୍ରାମବାସି।
ଏହା ଆଜି କି କାଲିର ଦୃଶ୍ୟ ନୁହ। ଏଭଳି ଦୀର୍ଘ ଏକ ବର୍ଷରୁ ଉର୍ଦ୍ଧ ହେବ ସାଇନ୍ ବୋର୍ଡ ଲାଗିଛି। ଏହି ସ୍ଥାନରେ ପ୍ରଥମେ ଆନ୍ଧ୍ର ମନମୁଖୀ ଭାବେ ଓଡିଶା ଜାଗାରେ ରାସ୍ତା ନିର୍ମାଣ କରିଥିଲା। ପରେ ପ୍ରଶାସନ ପାଖରେ ଖବର ପହଁଞ୍ଚିବା ପରେ ରାସ୍ତା ନିର୍ମାଣ ବନ୍ଦ କରିଥିଲା। ପରବର୍ତ୍ତି ମୁହୁର୍ତ୍ତରେ ପ୍ରଶାସନ ରାସ୍ତା ତିଆରି କରିଥିଲା। ଏବେ ଓଡିଶା ଜାଗା ରେ ଆନ୍ଧ୍ରର ବେସରକାରୀ ସଂସ୍ଥା ଦ୍ଵାରା ସାଇନ୍ ବୋର୍ଡ ଲଗାଇବା ଆନ୍ଧ୍ର ନିଜର ହକ୍ ପାଇଁ ଲାଗି ନାହିଁ ତ ବୋଲି ପ୍ରଶ୍ନ ଉଙ୍କି ମାରୁଛି। ତେବେ ପ୍ରଶାସନିକ ଅଧିକାରୀ ଙ୍କ ପ୍ରତିକ୍ରିୟା ଜାଣିବା ପାଇଁ ଚେଷ୍ଟା କରିଥିଲୁ। ହେଲେ ସମ୍ଭବ ହୋଇ ପାରି ନାହିଁ। ଓଡିଶା ସିମାରେ ଆନ୍ଧ୍ର ଫଳକ ଲଗାଇବା ଘଟଣା ଜଣାପଡିବା ପରେ ପ୍ରଶାସନ କଣ ପଦକ୍ଷେପ ନେଉଛି ତାକୁ ଦେଖିବାକୁ ବାକି ରହିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories