www.samajalive.in
Sunday, December 7, 2025
14.1 C
Bhubaneswar

କୌଣସି ଶକ୍ତି ଜାମ୍ମୁ-କାଶ୍ମୀରରେ ଧାରା ୩୭୦ ପୁନଃ ଲାଗୁ କରିପାରିବ ନାହିଁ: ମୋଦୀ

ମୁମ୍ବଇ : ବିଶ୍ବର କୌଣସି ଶକ୍ତି ଜାମ୍ମୁ-କାଶ୍ମୀରରେ ୩୭୦ ଧାରାକୁ ପୁନଃ ଲାଗୁ କରିପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଧାରା ୩୭୦କୁ ପୁନଃ ଲାଗୁ କରିବା ଲାଗି ଏକ ପ୍ରସ୍ତାବ ଜାମ୍ମୁ-କାଶ୍ମୀର ବିଧାନସଭାରେ ଗୃହୀତ ହୋଇଥିବାବେଳେ ମୋଦୀ ଶୁକ୍ରବାର ଏପରି କହିଛନ୍ତି। ନ୍ୟାସନାଲ କନଫରେନ୍ସ (ଏନସି) ଓ କଂଗ୍ରେସ ମେଣ୍ଟ ସରକାର ଜାମ୍ମୁ-କାଶ୍ମୀରରେ ୩୭୦ ଧାରାକୁ ପୁନର୍ବାର ଲାଗୁ କରିବା ସମ୍ପର୍କରେ ଏକ ପ୍ରସ୍ତାବ ଗୃହୀତ କରିଛନ୍ତି। ଗୃହୀତ ପ୍ରସ୍ତାବ ଅନୁଯାୟୀ ଏହି ପ୍ରସଙ୍ଗରେ ଜାମ୍ମୁ-କାଶ୍ମୀରର ନିର୍ବାଚିତ ପ୍ରତିନିଧି କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବେ। ଜାମ୍ମୁ-କାଶ୍ମୀର ବିଧାନସଭାରେ ଗୃହୀତ ହୋଇଥିବା ଏପରି ପ୍ରସ୍ତାବକୁ ମୋଦୀ ନିନ୍ଦା କରିଛନ୍ତି। ମହାରାଷ୍ଟ୍ର ନାଗପୁରରେ ନିର୍ବାଚନ ପ୍ରଚାର ରାଲିରେ ଯୋଗ ଦେଇ ମୋଦୀ କଂଗ୍ରେସ ନେତୃତ୍ବ ‘ଇଣ୍ଡି’ ମେଣ୍ଟକୁ ସମାଲୋଚନା କରିବାକୁ ଯାଇ କହିଛନ୍ତି ଯେ ବିଶ୍ବର କୌଣସି ଶକ୍ତି ଜାମ୍ମୁ-କାଶ୍ମୀରରେ ଧାରା ୩୭୦କୁ ପୁନଃ ଲାଗୁ କରିପାରିବ ନାହିଁ। ‘ଇଣ୍ଡି’ ମେଣ୍ଟ ସମ୍ବିଧାନକୁ ଜାମ୍ମୁ-କାଶ୍ମୀର ବାହାରକୁ ଆଣିବାକୁ ଉଦ୍ୟମ କରୁଛି। ଧାରା ୩୭୦ ଉଚ୍ଛେଦ ଦ୍ବାରା ଜାମ୍ମୁ-କାଶ୍ମୀର ଭାରତର ସମ୍ବିଧାନ ପ୍ରଣୀତ ନୀତି ନିୟମ ଦ୍ବାରା ପରିଚାଳିତ ହେଉଛି। ଏବେ ଏହି ଧାରାକୁ ପୁନଃ ଲାଗୁ କରିବାକୁ ‘ଇଣ୍ଡି’ ମେଣ୍ଟ ଯେଉଁ ଯୋଜନା କରିଛି ତାହା ସମ୍ବିଧାନ ବିରୋଧୀ। ତେଣୁ ଭୋଟରମାନେ ‘ଇଣ୍ଡି’ ମେଣ୍ଟର ସମ୍ବିଧାନ ବିରୋଧୀ କାର୍ଯ୍ୟ ପ୍ରତି ସତର୍କ ରହିବା ଦରକାର। ମୋଦୀ କହିଛନ୍ତି ଯେ ସେ ଥିବା ପର୍ଯ୍ୟନ୍ତ ଜାମ୍ମୁ-କାଶ୍ମୀରରେ କୌଣସି କ୍ଷତି ପହଞ୍ଚାଇବାକୁ କଂଗ୍ରେସ ସଫଳ ହୋଇପାରିବ ନାହିଁ। ଏଠାରେ ଭୀମରାଓ ଆମ୍ବେଦକରଙ୍କ ସମ୍ବିଧାନ ପ୍ରଣୀତ ଶାସନ ହିଁ ଚାଲିବ। ନିର୍ବାଚନ ପ୍ରଚାର ସଭାରେ ମୋଦୀ କହିଥିଲେ ଯେ ମହା ବିକାଶ ଅଘାଡି (ଏମଭିଏ) ମେଣ୍ଟର ସମସ୍ତ ନେତା ମୁଖ୍ୟମନ୍ତ୍ରୀ ହେବାକୁ ଆଶାୟୀ। ସେମାନେ ମହାରାଷ୍ଟ୍ରକୁ ଲୁଟିବାକୁ ଚାହୁଁଛନ୍ତି। ସେ କହିଛନ୍ତି ଯେ ଏମଭିଏ ମେଣ୍ଟ ଏକଗାଡି ଯାହାର ଚକ କି ବ୍ରେକ ନାହିଁ। ମାତ୍ର ଚକ ଓ ବ୍ରେକ ନଥିବା ଏହି ଗାଡିର ଡ୍ରାଇଭର ହେବାକୁ ସମସ୍ତେ ଆଗ୍ରହୀ। କାରଣ ଏହି ମେଣ୍ଟର କିଏ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତାହା ସ୍ଥିର ହୋଇପାରି ନାହିଁ। କଂଗ୍ରେସ, ଶିବସେନା(ୟୁବିଟି) ଓ ଏନସିପି (ଏସ୍‌ପି)କୁ ନେଇ ଏମଭିଏ ମେଣ୍ଟ ଗଠନ ହୋଇଛି। ଏହି ମେଣ୍ଟ ବିଜେପି-ଶିବସେନା-ଏନସିପିକୁ ନେଇ ଗଠିତ ମହାୟୁତି ମେଣ୍ଟ ସହିତ ନିର୍ବାଚନ ଲଢୁଛି। ନଭେମ୍ବର ୨୦ରେ ମହାରାଷ୍ଟ୍ରରେ ଭୋଟ ଗ୍ରହଣ ହେବ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories