www.samajalive.in
Wednesday, December 10, 2025
23.1 C
Bhubaneswar

ଜିଲା ସ୍ତରୀୟ ବିଦ୍ୟାଳୟ ସମୁହ ଦୌଡ଼କୁଦ ପ୍ରତିଯୋଗିତା ଉଦଘାଟିତ

ଫୁଲବାଣୀ :ସ୍ଥାନୀୟ କନ୍ଧମାଳ ଷ୍ଟାଡ଼ିୟମ୍ ଠାରେ ଜିଲା ସ୍ତରୀୟ ବିଦ୍ୟାଳୟ ସମୁହ ଦୌଡ଼କୁଦ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ୧୪ ରୁ ୧୭ ବର୍ଷ ବୟସର ବାଳକ ଓ ବାଳିକା ବିଭାଗର ଶତାଧିକ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାର ଭାଗନେଇଥିବା ବେଳେ ୩୨ ଜଣ କ୍ରିଡ଼ା ଶିକ୍ଷକ ଓ ଶିକ୍ଷୟତ୍ରୀ ସାମିଲ୍ ହୋଇଛନ୍ତି।

ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଜିଲା କ୍ରିଡ଼ା ସଂସଦ ସଂପାଦକ ଶିବ ପ୍ରସାଦ ତ୍ରିପାଠୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଜିଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡଙ୍ଗୀ ଯୋଗଦେଇଥିଲେ। ସରକାରୀ ଏଜେଓ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପାୟଲ୍ ପଟ୍ଟନାୟକ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଜିଲା କ୍ରିଡ଼ା ନିରୀକ୍ଷକ ସଞ୍ଜୟ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ବରିଷ୍ଠ ଶିକ୍ଷକ ରଙ୍କନିଧି ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଖେଳ ଶିକ୍ଷକ ରାକେଶ ବିଶୋୟୀ ଓ ଅନ୍ୟମାନେ ସହଯୋଗରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଛି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories