www.samajalive.in
Saturday, December 13, 2025
21.1 C
Bhubaneswar

ଔଷଧ ଦୋକାନରୁ ବିପୁଳ କଫସିରପ ଜବତ, ୨ ଗିରଫ

ସମାଜ ଡିଜିଟାଲ ଡେସ୍କ: କଟକ ସଦର ଥାନା ଅନ୍ତର୍ଗତ ସୁମାଣ୍ଡି ଗ୍ରାମ ନିକଟରେ ଥିବା ଏକ ଔଷଧ ଦୋକାନରୁ ବିପୁଳ ପରିମାଣରେ କଫସିରପ ଜବତ ହୋଇଛି। ବେଆଇନ ଭାବେ ଔଷଧ ଗଚ୍ଛିତ ରଖିବା ଏବଂ ବିକ୍ରି କରିବା ଅଭିଯୋଗରେ ଏହି ମେଡିସିନ ଦୋକାନରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ସେଠାରୁ ବହୁ ପରିମାଣରେ କଫସିରପ ବୋତଲ ମିଳିଥିଲା। ଏହା ସହିତ ୩୨ ପ୍ରକାର ବେଆଇନ ଔଷଧକୁ ମଧ୍ୟ ଜବତ କରାଯାଇଛି। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, କଫସିରପକୁ ନିଶା ପାଇଁ ବ୍ୟବହାର କରାଯାଉଥିବାରୁ ଏହାର ବେଆଇନ ବିକ୍ରି ଉପରେ ରୋକ ଲଗାଇବା ପାଇଁ ପୁଲିସ ଓ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories