ଏତେ ଟଙ୍କା କମିଲା ସୁନା ଦାମ୍, ରୂପା ମଧ୍ୟ ଖସିଲା

ନୂଆଦିଲ୍ଲୀ : ବୁଧବାର ସୁନା-ରୂପା ଦାମ୍ ହ୍ରାସ ପାଇଛି । ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ଦାମ୍ ୪୩୦ ଟଙ୍କା ହ୍ରାସ ପାଇ ୭୮,୧୩୬ ଟଙ୍କାକୁ ଖସିଆସିଛି । ମଙ୍ଗଳବାର ଏହାର ଦାମ୍ ୭୮,୫୬୬ ଟଙ୍କା ଥିଲା । ସେହିଭଳି ରୂପା ଦାମ୍ ୧୩୬୦ ଟଙ୍କା ଖସି ୯୨,୯୦୧ ଟଙ୍କା ପ୍ରତି କିଲୋ ରହିଛି । ପୂର୍ବରୁ ରୂପା ଦାମ୍ ୯୪,୨୬୧ ଟଙ୍କା ରହିଥିଲା । ୨୩ ଅକ୍ଟୋବରରେ ରୂପା ୯୯,୧୫୧ ଟଙ୍କାର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା । ସେହିଭଳି ୩୦ ଅକ୍ଟୋବରରେ କାରବାର ସମୟରେ ସୁନା ୭୯,୬୮୧ ଟଙ୍କାର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା ।

Comments are closed.