www.samajalive.in
Saturday, December 13, 2025
26.1 C
Bhubaneswar

ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇବାକୁ ମନା କଲା ରୁଷ

ସମାଜ ଡିଜିଟାଲ ଡେସ୍କ: ଡୋନାଲ୍ଡ ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। କେବଳ ଆନୁଷ୍ଠାନିକ ଭାବେ ଫଳାଫଳ ଘୋଷଣା ବାକି ରହିଛି। ଇତିମଧ୍ୟରେ ବିଭିନ୍ନ ରାଷ୍ଟ୍ର ଏପରି କି ଚୀନ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଆମେରିକା ସହ ଭବିଷ୍ୟତର ସମ୍ପର୍କ ଉପରେ ମତ ରଖିଛି। କିନ୍ତୁ ରୁଷ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇବାକୁ ମନା କରିଦେଇଛନ୍ତି। ରୁଷ ସତର୍କତାର ସହିତ କହିଛି ଯେ, ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇବୁ ନାହିଁ। ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ଉତ୍ତେଜନା ଲାଗି ରହିଛି। ତେଣୁ ଟ୍ରମ୍ପଙ୍କ ଆଗାମୀ କାର୍ଯ୍ୟପନ୍ଥା, ପଦକ୍ଷେପ ଏବଂ ରୁଷ ପ୍ରତି ତାଙ୍କର ମନୋଭାବ ହିଁ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ସ୍ଥିର କରିବ ବୋଲି କ୍ରିମଲିନ ମୁଖପାତ୍ର ଡିମିତ୍ରି ପେସକୋଭ କହିଛନ୍ତି। ଯେହେତୁ ଆମେରିକା ରୁଷର ବନ୍ଧୁତ୍ଵ ଦେଶ ନୁହେଁ ସେଥିଲାଗି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦ୍ଵାରା ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇବାର କୌଣସି ଯୋଜନା ନାହିଁ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories