www.samajalive.in
Saturday, December 6, 2025
19.1 C
Bhubaneswar

ସ୍କୋଡା ଆଣିଲା ନୂଆ ଏସୟୁଭି, କମ୍ ଦାମରେ ରହିଛି ଅନେକ ଫିଚର୍

ନୂଆଦିଲ୍ଲୀ : ସ୍କୋଡା ନିକ କ୍ୟଲାକ୍ କମ୍ପାକ୍ଟ ଏସୟୁଭିରୁ ପରଦା ଉଠାଇଛି । ଭାରତୀୟ ବଜାରକୁ ନଜରରେ ରଖି ଏହାକୁ ପ୍ରସ୍ତୁତ କରାଯାଇଛି । କମ୍ପାନୀ ୭.୮୯ ଲକ୍ଷ ଟଙ୍କା)ଏକ୍ସ-ଶୋରୁମ୍) ଦାମରେ ଏହାର ବଜାର ପ୍ରବେଶ କରାଇଛି । ୨ ଡିସେମ୍ବରରୁ ଏହାର ବୁକିଂ ଆରମ୍ଭ ହେବ । ଗ୍ରାହକଙ୍କୁ ଏହାର ଡେଲିଭରୀ ପାଇଁ ୨୭ ଜାନୁୟାରୀ ୨୦୨୫ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ।

ନୂଆ ସ୍କୋଡା କ୍ୟଲାକ୍ କୁଶାକ୍ ଭଳି ଡିଜାଇନରେ ପ୍ରସ୍ତୁତ ହୋଇଛି । ତେବେ କୁଶାକ ତୁଳନାରେ ଏହାର ଲମ୍ବ ସାମାନ୍ୟ କମ୍ । ଏଥିରେ ୧୭ ଇଞ୍ଚର ଆଲୟ ହ୍ବିଲ୍ ମଧ୍ୟ ମିଳିବ । କମ୍ ବଜେଟରେ ଗ୍ରାହକଙ୍କୁ ଏକ ଉତ୍ତମ ବିକଳ୍ପ ମିଳିବ । ଗାଡିରେ ଡୁଆଲ ଡିଜିଟାଲ ସ୍କ୍ରିନ୍, ପାଓ୍ବର୍ଡ ଡ୍ରାଇଭର ସିଟ୍, ଲେଦରେଟ୍ ଅପହୋଲଷ୍ଟ୍ରି, କନେକ୍ଟେଡ୍ କାର୍ ଟେକ୍ନୋଲୋଜି, ଏମ୍ବିଏଣ୍ଟ ଲାଇଟିଂ, ୬ଟି ସ୍ପିକର ମିଳିବ । ଏଥିରେ ୧.୦ ଲିଟର ଟିଏସଆଇ ପେଟ୍ରୋଲ ଇଞ୍ଜିନ ମିଳିବ ଯାହା ୧୧୪ ବିଏଚପିର ପାଓ୍ବର ଓ ୧୭୮ ଏନଏମର ଟର୍କ ଉତ୍ପନ କରିବାରେ ସକ୍ଷମ ହେବ । ଏଥିରେ ୬ ସ୍ପିଡ୍ ମାନୁଆଲ୍ ଟ୍ରାନ୍ସମିଶନ ଓ ଅଟୋମେଟିକ୍ ଟ୍ରାନ୍ସମିଶନ ମିଳିବ । ନୂଆ ସ୍କୋଡା କ୍ୟଲାକ ହ୍ୟୁଣ୍ଡାଇ ଭେନ୍ୟୁ, କିଆ ସୋନେଟ୍, ମାରୁତି ଫ୍ରଙ୍କ୍ସ ସହିତ ମୁକାବିଲା କରିବ ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories