www.samajalive.in
Saturday, December 6, 2025
26.1 C
Bhubaneswar

ଖଲିସ୍ତାନୀ ବିକ୍ଷୋଭରେ ଯୋଗ ଦେଇଥିବା କାନାଡା ପୁଲିସ କର୍ମଚାରୀ ନିଲମ୍ବିତ

ଡେସ୍କ: ବ୍ରାମ୍ପଟନର ହିନ୍ଦୁ ସଭା ମନ୍ଦିର ବାହାରେ ଖଲିସ୍ତାନ ସମର୍ଥନ ଆନ୍ଦୋଳନରେ ଅଂଶଗ୍ରହଣ କରିଥିବାରୁ କାନାଡାର ଜଣେ ପୋଲିସ ଅଧିକାରୀ ହରିନ୍ଦର ସୋହିଙ୍କୁ ନିଲମ୍ବନ କରାଯାଇଛି। ଗତ ରବିବାର ଦିନ ଖଲିସ୍ତାନୀ ପତାକା ଧରି ଯାଉଥିବା ବିକ୍ଷୋଭକାରୀମାନେ ହିନ୍ଦୁ ମନ୍ଦିରରେ ଲୋକଙ୍କ ସହ ସଂଘର୍ଷ କରିଥିଲେ ଏବଂ ମନ୍ଦିର କର୍ତ୍ତୃପକ୍ଷ ଓ ଭାରତୀୟ ଦୂତାବାସ ଦ୍ୱାରା ମିଳିତ ଭାବେ ଆୟୋଜିତ ଏକ ଦୂତାବାସ ସ୍ଥରୀୟ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରିଥିଲେ।

ବିକ୍ଷୋଭକୁ ନେଇ ସାମାଜିକ ଗଣମାଧ୍ୟମରେ ଏ ସମ୍ପର୍କିତ ଅପ୍ରମାଣିତ ଭିଡିଓ ଭାଇରାଲ ହୋଇଥିଲା। କାନାଡା ବ୍ରଡକାଷ୍ଟିଂ କର୍ପୋରେସନର ରିପୋର୍ଟ ଅନୁଯାୟୀ ଏହି ଭିଡିଓରେ ବିକ୍ଷୋଭକାରୀମାନେ ଖଲିସ୍ତାନ ସମର୍ଥନରେ ବ୍ୟାନର ଧରିଥିବାର ଦେଖିବାକୁ ମିଳିଛି। ଗଣମାଧ୍ୟମ ସମ୍ପର୍କ ଅଧିକାରୀ ରିଚାର୍ଡ ଚିନ୍ ସିବିସି ନ୍ୟୁଜକୁ ଦେଇଥିବା ଏକ ଇ-ମେଲରେ କହିଛନ୍ତି ଯେ ପିଲ୍ ପୁଲିସ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଏକ ଭିଡିଓ ବିଷୟରେ ଅବଗତ ଅଛି, ଯେଉଁଥିରେ ଜଣେ ଅଫ୍ ଡ୍ୟୁଟି ପିଲ୍ ପୁଲିସ ଅଧିକାରୀ ବିକ୍ଷୋଭରେ ସମ୍ପୃକ୍ତ ଥିବା ଦେଖାଯାଉଛି।

- Advertisement -

ଏହାପରେ କମ୍ୟୁନିଟି ସେଫ୍ଟି ଆଣ୍ଡ ପୁଲିସିଂ ଆକ୍ଟ ଅନୁଯାୟୀ ଏହି ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଭିଡ଼ିଓରେ ଦର୍ଶାଯାଇଥିବା ପରିସ୍ଥିତିକୁ ନେଇ ଆମେ ଅନୁସନ୍ଧାନ କରୁଛୁ ଏବଂ ଏହି ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ଅଧିକ ସୂଚନା ଦେଇପାରୁନାହୁଁ ବୋଲି ପିଲ୍ ପୁଲିସ କହିଛି।

ଭାରତୀୟ ଦୂତାବାସ ଅଧିକାରୀମାନେ ରବିବାର ହିନ୍ଦୁ ସଭା ମନ୍ଦିର ପରିଦର୍ଶନ କରିବା ପରେ ହିଂସାକାଣ୍ଡରେ ୩ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ବୋଲି ପିଲ୍ ପୁଲିସ ପୂର୍ବରୁ କହିଥିଲା। ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ଭିଡିଓରେ ବିକ୍ଷୋଭକାରୀମାନେ ଖଲିସ୍ତାନ ସମର୍ଥନରେ ବ୍ୟାନର ଧରିଥିବାର ଦେଖିବାକୁ ମିଳୁଛି ବୋଲି ସିବିସି ରିପୋର୍ଟରେ କୁହାଯାଇଛି। ଯଦିଓ ଏହି ବିକ୍ଷୋଭ ତିନୋଟି ଭିନ୍ନ ଭିନ୍ନ ସ୍ଥାନରେ ହୋଇଥିଲା, ତଥାପି ଏହା ପରସ୍ପର ସହ ଜଡିତ ଥିବା ଜଣାପଡିଛି। ବିକ୍ଷୋଭକାରୀ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅନେକ ଘଟଣା ଘଟିଛି ବୋଲି ପୁଲିସ ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛି।

ହିଂସା କାଣ୍ଡ ଘଟାଇଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଶା ରଖି ଭାରତ ସୋମବାର ମନ୍ଦିର ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଏକ ବିବୃତ୍ତିରେ କହିଛି ଯେ କାନାଡାରେ ଥିବା ଭାରତୀୟ ନାଗରିକଙ୍କ ସୁରକ୍ଷାକୁ ନେଇ ନୂଆଦିଲ୍ଲୀ ଗଭୀର ଚିନ୍ତିତ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories