www.samajalive.in
Saturday, December 13, 2025
26.1 C
Bhubaneswar

ଆମେରିକାରେ ଟ୍ରମ୍ପଙ୍କ ବିଜୟର ପ୍ରଭାବ, ସେୟାର ବଜାରରେ ବୃଦ୍ଧି..

ମୁମ୍ବାଇ : ଘରୋଇ ସେୟାର ବଜାରରେ ବୁଧବାର ଜବରଦସ୍ତ ଗତି ଦେଖିବାକୁ ମିଳିଛି । ଦମଦାର ଗ୍ଲୋବାଲ ସଙ୍କେତ ସହ ଜୋରଦାର ତୀବ୍ରତା ସହ ବନ୍ଦ ହୋଇଛି ବଜାର । ନିଫ୍ଟି ୨୭୦ ପଏଣ୍ଟ ବୃଦ୍ଧି ପାଇ ୧୪,୪୮୪ରେ ବନ୍ଦ ହୋଇଛି । ସେନସେକ୍ସ ୯୦୧ ପଏଣ୍ଟ ବୃଦ୍ଧି ପାଇ ୮୦,୩୭୮ ରେ ବନ୍ଦ ହୋଇଛି ଏବଂ ନିଫ୍ଟ ବ୍ୟାଙ୍କ ୧୧୦ ଅଙ୍କ ବଢି ୫୨,୩୧୭ରେ ବନ୍ଦ ହୋଇଛି । ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଫଳାଫଳରେ ଟ୍ରମ୍ପଙ୍କ ବିଜୟ ପରେ ଆଇଟି କ୍ଷେତ୍ରର ସେୟାରରେ ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିଛି । ଆଇଟି ଇଣ୍ଡେକ୍ସ ପ୍ରାୟ ୪ ପ୍ରତିଶତ ବୃଦ୍ଧି ସହିତ ବନ୍ଦ ହୋଇଛି । ଏହା ବ୍ୟତୀତ ଅଏଲ ଆଣ୍ଡ୍ ଗ୍ୟାସ୍, ଅଟୋ ଓ ମେଟାଲ ଇଣ୍ଡେକ୍ସର ସେୟାରରେ ବୃଦ୍ଧି ଦେଖିବାକୁ ମିଳିଛି ।

ସେୟାର ବଜାର ଖୋଲିବା ପରେ ଗତକାଲି କ୍ଲୋଜିଂ ତୁଳନାରେ ସେନସେକ୍ସ ୨୯୫ ପଏଣ୍ଟ ଉପରେ ୭୯,୭୭୧ ରେ ଖୋଲିଥିଲା । ନିଫ୍ଟି ୯୫ ପଏଣ୍ଟ ୨୪,୩୦୮ରେ ଏବଂ ବ୍ୟାଙ୍କ ନିଫ୍ଟି ୨୩୩ ପଏଣ୍ଟ ବୃଦ୍ଧି ସହିତ ୫୨,୪୪୦ରେ ଖୋଲିଥିଲା । ଆମେରିକା ରାଷ୍ଟ୍ରପତି ନିର୍ବାଚନ ମଧ୍ୟରେ ଟିସିଏସ୍, ଏଚସିଏଲ୍ ଟେକ୍, ଡିକ୍ସନ ଟେକ୍, ଓ କ୍ୟାନେସ୍ ଟେକରେ ସବୁଠାରୁ ଅଧିକ ବୃଦ୍ଧି ଦେଖିବାକୁ ମିଳିଛି । ସେହିଭଳି ନିଫ୍ଟିରେ ବେଲ୍, ଆଦାନୀ ଏଣ୍ଟରପ୍ରାଇସ୍, ଟିସିଏସ୍, ଓ୍ବିପ୍ରୋ ଓ ଏଚସିଏଲ୍ ଟେକରେ ସବୁଠାରୁ ଅଧିକ ବୃଦ୍ଧି ଦେଖିବାକୁ ମିଳିଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories