www.samajalive.in
Sunday, December 14, 2025
15.1 C
Bhubaneswar

ସାବଧାନ ! ମାତିଛନ୍ତି ସାଇବର ଠକ: ଅଧ୍ୟକ୍ଷଙ୍କ ନାଁ ନେଇ ଛାତ୍ରଛାତ୍ରୀଙ୍କୁ ମାଗୁଛନ୍ତି ଟଙ୍କା

ଫୁଲବାଣୀ: ‘ମୁଁ ଜୁନିୟର କଲେଜ ପ୍ରିନସପାଲ କହୁଛି, ଆଗକୁ ପୁଅର ପରୀକ୍ଷା ଅଛି। ପାଞ୍ଚ ହଜାର ଟଙ୍କା ଦେଲେ ପରୀକ୍ଷାରେ ମାର୍କ ମିଳିବା ପାଇଁ ବ୍ୟବସ୍ଥା କରାଯିବ।’ ଏଭଳି ଫୋନ ଆସୁଛି ଫୁଲବାଣୀ ସରକାରୀ ଜୁନିୟର ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କ ପାଖକୁ। ଟଙ୍କା ଆଦାୟର ଏଭଳି ଏକ ନୂଆ ପନ୍ଥା ଆପଣେଇଛନ୍ତି ସାଇବର ଠକ। ମହାବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ପାଖକୁ ଏମିତି ଫୋନକଲ ଆସିଥିବା ଜଣାପଡିଛି।

ସୂଚନା ଅନୁସାରେ, କଲେଜରେ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷରେ ପଢୁଥିବା ରତଙ୍ଗ ପଞ୍ଚାୟତ ଲଦା ଗ୍ରାମର ଛାତ୍ର କ୍ରିଷ୍ଣା ମାଝୀଙ୍କ ବାପା ସଞ୍ଜୟ ମାଝୀଙ୍କ ପାଖକୁ ୬୩୭୦୮୭୧୭୨୮ ନମ୍ବରରୁ ଏକ କଲ୍‌ ଆସିଥିଲା। ଫୋନ କରିଥିବା ବ୍ୟକ୍ତି ନିଜକୁ କଲେଜ ଅଧ୍ୟକ୍ଷ ବୋଲି ପରିଚୟ ଦେଇ ପୁଅର ପରୀକ୍ଷାରେ ସହାୟତା ପାଇଁ ପାଞ୍ଚ ହଜାର ଟଙ୍କା ମାଗିଥିଲା। ତେବେ ସଞ୍ଜୟ ଏଥିରେ ସନ୍ଦେହ କରି ପୁଅକୁ ଜଣାଇବାରେ ପୁଅ ଏହା ଅଧ୍ୟକ୍ଷଙ୍କ ନମ୍ବର ନୁହେଁ ବୋଲି ସ୍ପଷ୍ଟ କରିଥିଲା। ସେହିଭଳି ରାଇକିଆର କାମିନୀ ପ୍ରଧାନ ନାମକ ଜଣେ ଛାତ୍ରୀଙ୍କୁ ମଧ୍ୟ ଏହିଭଳି ଭାବେ ଫୋନ୍‌ ଆସିଥିବାର ଜଣାଯାଇଛି । ସମସ୍ତେ ବିଜ୍ଞାନ ଛାତ୍ରୀ ବୋଲି ଜଣାଯାଇଛି। କେବଳ ଫୁଲବାଣୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନୁହେଁ, ଜିଲାର ଅନେକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଏଭଳି ଫୋନ୍‌ ଆସୁଥିବା ଜଣାଯାଇଛି । ଏହାପରେ ଅଧ୍ୟକ୍ଷ ଜ୍ୟୋତି ପ୍ରକାଶ ରଥଙ୍କ ସହିତ ଯୋଗାଯୋଗ କରିବାରେ ଏହା ଏକ ଠକାମୀ ବୋଲି ସେ କହିଥିଲେ। ପରେ ଅଧ୍ୟକ୍ଷ ଏ ନେଇ କଲେଜର ହ୍ବାଟ୍‌ସଆପ ଗ୍ରୁପରେ ସୂଚନା ଦେଇଥିଲେ। ଏହାପରେ ଅନ୍ୟ ଜଣେ ଛାତ୍ରୀ ଫୁଲବାଣୀ ଉପକଣ୍ଠ ଲେଙ୍ଗେରୀ ସାହିର  କିମି କାଞ୍ଚନଙ୍କ ବାପା ଚରଣ ବେହେରାଙ୍କ ପାଖକୁ ମଧ୍ୟ ଏଭଳି କଲ ଆସିଥିବା ଜଣାପଡିଥିଲା। ଉଭୟଙ୍କୁ ଏ ନେଇ ସାଇବର ଥାନାରେ ଏତଲା ଦେବା ସହ ଅନ୍ୟ ଛାତ୍ରଛାତ୍ରୀମାନଙ୍କୁ ଏହି ଠକାମିରେ ନପଡିବା ପାଇଁ ପରାମର୍ଶ ଦିଆଯାଇଥିବା ଅଧ୍ୟକ୍ଷ ଜଣାଇଛନ୍ତି। ମଙ୍ଗଳବାର ଥାନାରେ ଏତଲା ଦିଆଯିବ ବୋଲି ଅଭିଭାବକ ସଞ୍ଜୟ ମାଝି ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, କିଛିଦିନ ତଳେ ନୂଆପଡା ଜିଲ୍ଲାର ମଧ୍ୟ ଏଭଳି ଏକ ସାଇବର ଠକାମି ନେଇ ଅଭିଯୋଗ ହୋଇଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories