www.samajalive.in
Monday, December 8, 2025
17.1 C
Bhubaneswar

ଗୋବର୍ଦ୍ଧନ ପୂଜା ଉତ୍ସବରେ ହତ୍ୟା ଘଟଣା, ୩ ଗିରଫ

ସମ୍ବଲପୁର: ସମ୍ବଲପୁର ଉପକଣ୍ଠ ଶାସନ ଥାନା ଅନ୍ତର୍ଗତ ଝାରଘାଟି ଗ୍ରାମରେ ଶନିବାର ଗୋବର୍ଦ୍ଧନ ପୂଜା ଉତ୍ସବ ସମୟରେ ଘଟିଥିବା ହତ୍ୟା ଘଟଣାରେ ୩ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି ଅଦାଲତ ଚାଲାଣ କରିଛି। ସଦର ଏସଡିପିଓ ତୁଫାନ ବାଗଙ୍କ ସୂଚନାନୁଯାୟୀ, ଗୋବର୍ଦ୍ଧନ ପୂଜା ଉତ୍ସବରେ କୃଷ୍ଣ ଗୁରୁ ନୃତ୍ୟ ଚାଲିଥିବା ସମୟରେ ବିଳମ୍ବିତ ରାତ୍ରିରେ ରେଙ୍ଗାଲିର ପୁରୁଣାବସ୍ତି ଅଞ୍ଚଳର ଅନୁରୋଧ ବାଗ(୧୮) ଯାତ୍ରା ଦେଖିବା ପାଇଁ ଯାଇଥିଲେ । ରାତ୍ରି ପ୍ରାୟ ୨ଟା ୫୦ ମିନିଟରେ ଅନୁରୋଧ ବାଗ ଓ କମିଟିର ସଦସ୍ୟମାନଙ୍କ ମଧ୍ୟରେ ବିବାଦ ହୋଇ ମାଡପିଟ ହୋଇଥିଲା । ଏହି ସମୟରେ ଝାରଘାଟି ଗ୍ରାମର ପୌଲସ ଖଡିଆ (୩୭), ଲିଙ୍ଗରାଜ ଖଡିଆ ଓରଫ ଏକଡା (୨୨) ଓ ନରେଶ ମୁଣ୍ଡା (୨୧) ପଛ ପଟରୁ ଅନୁରୋଧ ବାଗଙ୍କୁ ଏକ ଭୁଜାଲି ସାହାଯ୍ୟରେ ଆକ୍ରମଣ କରି ବାରମ୍ବାର ଆଘାତ ଦେଇଥିଲେ। ଫଳରେ ଗୁରୁତର ଆହତ ଅନୁରୋଧଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ବୁର୍ଲା ଭୀମସାରକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଏହି ଘଟଣାରେ ଏକ ମାମଲା(୨୬୩/୨୦୨୪) ରୁଜୁ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଛି।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories