www.samajalive.in
Sunday, December 14, 2025
14.1 C
Bhubaneswar

୭ କିଲୋମିଟରକୁ ୧୫ କୋଟି: ୪ବର୍ଷ ନପୁରୁଣୁ ରାସ୍ତା ଜରାଜୀର୍ଣ୍ଣ 

ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ରୁ ସାଳଡ, କୁର୍ଲା, ଯୁଗିପାଲି, ହୀରାକୁଦ ଜଳଭଣ୍ଡାର ଉପରେ ନିର୍ମିତ ସପନେ , କୁମ୍ଭାରବନ୍ଧ ଆଦି ଗ୍ରାମ ଦେଇ ରାୟଗଡ କୁ ସଂଯୋଗ କରୁଥିବା ଆନ୍ତଃ ରାଜ୍ୟ ସଂଯୋଗକାରୀ ରାସ୍ତା ନିର୍ମାଣର ୭ କିଲୋମିଟର ରାସ୍ତା ନିର୍ମାଣ ହେବାର ୪ବର୍ଷ ନହେଉଣୁ ଅସଂଖ୍ୟ ଖାଲଖମାରେ ପରିପୂର୍ଣ୍ଣ ସହ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି।
ଏହି ରାସ୍ତାର ସପନେ ସେତୁ ପର୍ଯ୍ୟନ୍ତ ପ୍ରାୟ ୭କିଲୋମିଟର ପାଇଁ ୧୨ରୁ ୧୫କୋଟି ଟଙ୍କା ମଞ୍ଜୁର ହୋଇଥିବାର କୁହାଯାଉଛି। ରେଙ୍ଗାଲିବ୍ଲକ ଅଫିସ ଛକ ରୁ ସାଳଡ,କୁର୍ଲା,ଯୁଗିପାଲି ଗ୍ରାମ କୁ ବାଇପାସ୍ କରି ସପନେ ସେତୁ ପର୍ଯ୍ୟନ୍ତ ନିର୍ମାଣ ହୋଇ ଥିବା ରାସ୍ତା କାମ ଅତି ନିମ୍ନମାନର ହୋଇ ଥିବାରୁ ଅଧିକାଂଶ ସ୍ଥାନ ରେ  ରାସ୍ତା ଉପରୁ ପିଚୁ ଉଠିଯାଇ ଛୋଟଛୋଟ ଗାଡିଆ ଆକୃତି ର ଖାଲ ଖମା ସୃଷ୍ଟି ହୋଇଛି।
ରାସ୍ତାର ପିଚୁ ଉଠିଯାଇ ଚିପ୍ସ ଗଡି ବୁଲୁଛି। ରାସ୍ତା ରେ ନିର୍ମିତ କଳଭର୍ଟ ର ଏପ୍ରୋଚ୍ ରାସ୍ତା ଉଭୟ ପଟେ ବଡ ବଡ ଖାଲ ଯାତ୍ରୀ ମାନଙ୍କ ପାଇଁ କାଳ ସାଜିଛି। ରାସ୍ତା ନିର୍ମାଣ ସମୟ ରେ ପକାଯାଇଥିବା ମାଟି ରେ ପାଣି ଦେଇ ଭାଇବ୍ରେଟର୍ ମେସିନ୍ ରେ ପର୍ଯ୍ୟାପ୍ତ କନସୋଳିସନ୍ କରାଯାଇ ନଥିବାରୁ ନିର୍ମାଣର ୪ବର୍ଷ ନେହେଉଣୁ ଖାଲ ଖମା ହୋଇ ଜରାଜୀର୍ଣ୍ଣ ଅବସ୍ଥା ଦେଖାଦେଇଛି ବୋଲି ବୈଷୟିକ ଜ୍ଞାନଥିବା ବିଶେଷଜ୍ଞ ମତବ୍ୟକ୍ତ କରିଛନ୍ତି।
ରାସ୍ତା ନିର୍ମାଣ ସମୟରେ ଉପଯୋଗ କରାଯାଉଥିବା ମାଟିର ପ୍ରତି ୧ଫୁଟ୍ ଲେୟାର୍ ମାଟି ଉପରେ ପାଣି ଦେଇ ଭାଇବ୍ରେଟର୍ ମେସିନ୍ ଯୋଗେ ପର୍ଯ୍ୟାପ୍ତ କନ୍ସୋଲେସନ୍ ପରେ ପୁଣି ୧ ମାଟି ପକାଇ ପାଣି ସିଞ୍ଚନ ଓ ଭାଇବ୍ରେଟର୍ ମେସିନ୍ ରେ କନ୍ସୋଲେସନ୍ କରାଯିବା ର ନିଅମ ରହିଛି ବୋଲି ବିଶେଷଜ୍ଞ ଙ୍କ ମତ। ଏହି ରାସ୍ତା ନିର୍ମାଣ ସମୟରେ ଏହି  ପଦ୍ଧତି କୁ ସଠିକ୍ ଅନୁପାଳନ କରାଯାଇ ନଥିବାରୁ ରାସ୍ତା ଅପନ୍ତରା ଓ ଜରାଜୀର୍ଣ୍ଣ ହୋଇ ପଡିଛି।  ଠିକାଦାର ଓ ବିଭାଗୀୟ ଯନ୍ତ୍ରୀ ସଲାସୁତୁରା ରେ ନିମ୍ନମାନର କାମ ହୋଇ ଥିବାର ଅଭିଯୋଗ ହେଉଛି। ଏହାର ତଦନ୍ତ କରାଯାଇ ଜରାଜୀର୍ଣ୍ଣ ହୋଇ ପଡିଥିବା ରାସ୍ତା ର ପୁନଃନିର୍ମାଣ କରାଯାଇ ଗମନାଗମନ ଉପଯୋଗି କରାଯିବାକୁ ଦାବୀ ହେଉଛି।
ସୂଚିତ ଯେ ଏହି ରାସ୍ତା ରେଙ୍ଗାଲି ରୁ ଲଖନପୁର ବ୍ଲକ ର ତାଳବେର୍ଣା, ଚାରପାଲି, ଝାରମୁଣ୍ଡା,କୁମ୍ଭାରବନ୍ଧ, ଦଳଗାଁ, ବନ୍ଧବାହାଲ ଆଦି ଅଞ୍ଚଳ ଦେଇ ବେଳପାହାଡ ରେ ଛତିଶଗଡ ର  ରାୟଗଡ କୁ ସଂଯୋଗ କରୁଥିବା ରାସ୍ତା ରେ ମିଶିଛି। ୨୦୨୦/୨୧ ରେ ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇ ଗମନାଗମନ ଆରମ୍ଭ ହୋଇଛି। ଜଳଭଣ୍ଡାର ଉପରେ ସେତୁ ନିର୍ମାଣ ହେଲା ପରେ ସମ୍ବଲପୁର ଏବଂ ଝାରସୁଗୁଡା ଜିଲ୍ଲାର ଲଖନପୁର,ବେଳପାହାଡ ଓ ରାୟଗଡ କୁ କମ୍ ସମୟ ଏବଂ ସ୍ବଳ୍ପ ଖର୍ଚ୍ଚ ରେ ଯାତାୟତ ସୁବିଧା ସୃଷ୍ଟି ହୋଇଛି। ଉଭୟ ଜିଲ୍ଲାବାସୀଙ୍କ ପାଇଁ ଏହି ରାସ୍ତା ଅତି ଗୁରୁତ୍ବପୂର୍ଣ୍ଣ ଅଟେ। ରାସ୍ତାର ଜରାଜୀର୍ଣ୍ଣ ସ୍ଥିତି ର ପ୍ରତିକାର ଦାବୀ ରେ ଯୁଗିପାଲି ଗ୍ରାମବାସୀ ଗତ କିଛିଦିନ ତଳେ ଆନ୍ଦୋଳନ କରିଥିଲେ।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories