www.samajalive.in
Saturday, December 6, 2025
19.1 C
Bhubaneswar

କାନାଡ଼ାରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ

ସମାଜ ଡିଜିଟାଲ​‌ ଡେସ୍କ: କାନାଡ଼ାର ବ୍ରାମ୍ପଟନସ୍ଥିତ ହିନ୍ଦୁ ମହାସଭା ମନ୍ଦିର ଉପରେ ଆକ୍ରମଣ ହୋଇଛି। ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କୁ ସେଠାକାର ଖଲିସ୍ତାନୀ ଆତଙ୍କବାଦୀ ଏବଂ ବିଚ୍ଛିନ୍ନତାବାଦୀମାନେ ନିସ୍ତୁକ ମାଡ଼ ମାରିଛନ୍ତି। ଆକ୍ରମଣରୁ ମହିଳା ଏବଂ ଶିଶୁମାନଙ୍କୁ ମଧ୍ୟ ସେମାନେ ବାଦ୍‌ ଦେଇନାହାନ୍ତି। ଏହା ସହିତ ଖଲିସ୍ତାନୀ ସଂଗଠନ ପତାକା ଉଡ଼ାଇଛନ୍ତି। ଏହି ଘଟଣାରେ ସେଠାକାର ପୁଲିସ ୩ ଜଣଙ୍କୁ ଗିରଫ କରିଛି।

ଅନ୍ୟପଟେ ଭାରତ ଏହି ଘଟଣାର ଦୃଢ଼ ନିନ୍ଦା କରିଛି। ଏହା ଅତ୍ୟନ୍ତ କ୍ଷୁବ୍ଧ କରିଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧିର ଜୟସଓ୍ବାଲ କହିଛନ୍ତି। କାନାଡ଼ା ସରକାର ଏହି ଘଟଣାକୁ ଗୁରୁତର ସହ ନେଇ ଅଭିଯୁକ୍ତମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ପୂଜାସ୍ଥଳଗୁଡ଼ିକର ନିରାପତ୍ତାକୁ ନିଶ୍ଚିତ କରନ୍ତୁ ବୋଲି ଜୟସଓ୍ବାଲ ଦାବି କରିଛନ୍ତି।

- Advertisement -

ସୂଚନା ଅନୁସାରେ, ହିନ୍ଦୁ ମନ୍ଦିରରେ ଆକ୍ରମଣ ସମୟର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଛି। ବହୁ ସଂଖ୍ୟକ ଆକ୍ରମଣକାରୀ ମନ୍ଦିର ବାହାରେ ଶ୍ରଦ୍ଧାଳୁମାନଙ୍କୁ ମାଡ଼ ମାରୁଥିବା ଏଥିରେ ଦେଖିବାକୁ ମିଳିଛି। ଉଲ୍ଲେଖ ଯେ, ଖଲିସ୍ତାନୀ ଆତଙ୍କବାଦୀ ପ୍ରସଙ୍ଗକୁ ନେଇ ଭାରତ ଏବଂ କାନାଡ଼ା ମଧ୍ୟରେ ସମ୍ପର୍କରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି। ଖଲିସ୍ତାନୀ ବିଚ୍ଛିନ୍ନତାବାଦୀଙ୍କୁ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ସୁରକ୍ଷା ଦେଉଥିବାରୁ ଭାରତ ଏହାର ବିରୋଧ କରିଛି। ଫଳରେ କାନାଡ଼ାରେ ବସବାସ କରୁଥିବା ହିନ୍ଦୁଙ୍କ ସମର୍ଥନ ହାସଲ ଲାଗି ଟ୍ରୁଡୋ ନିକଟରେ ହିନ୍ଦୁମାନଙ୍କ ସହିତ ଦୀପାବଳି ପାଳନ କରିଥିବା ଜଣାପଡ଼ିଛି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories