www.samajalive.in
Sunday, December 14, 2025
19.1 C
Bhubaneswar

ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣା: ସଚେତନତା ପାଇଁ ଗାଁରେ ପହଞ୍ଚିଲେ ଅଙ୍ଗନୱାଡ଼ି ଓ ଆଶାକର୍ମୀ

ଫୁଲବାଣୀ/ଦାରିଙ୍ଗବାଡି: କନ୍ଧମାଳ ଜିଲା ଦାରିଙ୍ଗିବାଡ଼ି ବ୍ଲକ ଅନ୍ତର୍ଗତ ଗଦାପୁର ପଞ୍ଝାୟତର ମାଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆ ଜାଉ ଖାଇ ୨ଜଣଙ୍କ ମୃତ୍ୟୁ ସହ ଅନ୍ୟ ୬ ଜଣ ଗୁରୁତର ଅସୁସ୍ଥ ହୋଇ ଚିକିତ୍ସିତ ହେଉଛନ୍ତି। ୬ ଜଣଙ୍କ ମଧ୍ୟରୁ ଦୁଇଜଣ ଅଧିକ ଗୁରୁତର ହେବାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତେବେ ଏଭଳି ସ୍ଥଳେ ଉକ୍ତ ଅଞ୍ଚଳଗୁଡ଼ିକରେ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅଣ୍ଟାଭିଡ଼ା ଆରମ୍ଭ ହୋଇଛି। ରବିବାର ମାଣ୍ଡିପଙ୍କା ସମେତ ମେରାମାହା, ସୁନ୍ଦରପଙ୍କା, ବୁଦୁଲି, କସବଚା, ଢମା, ପଶସପଦର ଭଳି ଗ୍ରାମରେ ଅଙ୍ଗନୱାଡ଼ି ଓ ଆଶା କର୍ମୀମାନେ ଲୋକଙ୍କ ପାଖରେ ପହଞ୍ଚି ଲୋକଙ୍କୁ ବିଭିନ୍ନ ଦିଗ ଉପରେ ସଚେତନ କରାଇଛନ୍ତି। ବିଶେଷକରି ଗରମା ଖାଇବା, ବାସି ନ ଖାଇବା, ମଶାରି ବାନ୍ଧି ଶୋଇବା, ଘରର ପାରିପାର୍ଶ୍ବିକ ଅଞ୍ଚଳକୁ ସଫା ସୁତୁରା ରଖିବା ଭଳି ବିଭିନ୍ନ ଦିଗ ଉପରେ ସଚେତନ କରିବା ଆରମ୍ଭ କରିଛନ୍ତି। ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବୈଠକ କରାଯାଉଛି। ସେହିଭଳି ଏହି ଘଟଣା ପରେ ପ୍ରତ୍ୟେକ ଦିନ ବିଭିନ୍ନ ରାଜନୈତିକ ଦଳ ସହିତ ବହୁ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ଉକ୍ତ ଗ୍ରାମରେ ପହଞ୍ଚି ଲୋକଙ୍କ ସହିତ ସିଧାସଳଖ ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ଆରମ୍ଭ କରିଛନ୍ତି। କେବଳ ସେହି ପଞ୍ଚାୟତ ନୁହେଁ, ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ୮ଟି ପଞ୍ଚାୟତର ବିଭିନ୍ନ ଦୁର୍ଗମ ଗ୍ରାମଗୁଡ଼ିକରେ ଏହିଭଳି ଭାବେ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇ ଲୋକଙ୍କୁ ସଚେତନ କରାଯାଉଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଇତି ମଧ୍ୟରେ ମୃତ୍ୟୁ ଘଟଣା ଉପରେ କନ୍ଧମାଳ ଜିଲ୍ଲାପାଳ ତଦନ୍ତ କରି ଏହାର ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିବା ଜଣାପଡ଼ିଛି। କନ୍ଧମାଳ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଯୁଗ୍ମ ତଦନ୍ତ ପରେ ଏହି ରିପୋର୍ଟ ପ୍ରଦାନ କରାଯାଇଥିବା କୁହାଯାଇଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories