www.samajalive.in
Sunday, December 14, 2025
23.1 C
Bhubaneswar

ମା’ ଭଦ୍ରକାଳୀଙ୍କ ସିଂହବାହିନୀ ବେଶ

ଭଦ୍ରକ: ସପ୍ତମାତୃକା ବେଶର ଚତୁର୍ଥ ଦିବସରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀ ଦୁର୍ଗତିନାଶିନୀ, ବିପଦହାରିଣୀ ମା’ ଦୁର୍ଗା ରୂପେ ସିଂହବାହିନୀ ବେଶରେ ପୁଜପାଇଛନ୍ତି। ମା’ଙ୍କ ଏହି ସିଂହବାହିନୀ ବେଶକୁ ଦର୍ଶନ କରିବା ପାଇଁ  ପୀଠରେ ଭକ୍ତମାନଙ୍କ ଭିଡ ଲାଗି ରହିଥିଲା। ସିଂହବାହିନୀ ବେଶରେ ମା’ ନାଲି ପାଟ ବସ୍ତ୍ର ପରିଧାନ କରି ସ୍ଵର୍ଣ୍ଣ ରୂପା ଅଳଙ୍କାର ସହିତ ବିଭିନ୍ନ ଆଭୂଷଣରେ ସଜ୍ଜିତ ହୋଇଥିଲେ। ସିଂହର ପୃଷ୍ଠ ଦେଶରେ ବିରାଜମାନ କରି ତ୍ରିଶୂଳ, ଗଦା, ଖଡଗ ଓ ଚକ୍ର ଧାରଣ କରିଥିଲେ। ମା’ଙ୍କ ଚତୁର୍ଦ୍ଧାମୂର୍ତ୍ତି ଭକ୍ତମାନଙ୍କୁ ଆକୃଷ୍ଟ କରିଥିଲା। ସିଂହବାହିନୀ ବେଶରେ ଦର୍ଶନ କଲେ ଭକ୍ତର ଗ୍ରହ ଦଶା ଓ ରିଷ୍ଟ ଖଣ୍ଡନ ହେବା ସହିତ ଭକ୍ତ ବିପଦ ମୁକ୍ତ ହୁଏ ବୋଲି ବିଶ୍ୱାସ କରାଯାଏ। ଭାରତ ବର୍ଷର ଅନ୍ୟ ଶକ୍ତି ପୀଠଠାରୁ ଏହା ଅନନ୍ୟ ଅଟେ, କାରଣ ଏହି ପୀଠରେ ପାର୍ଶ୍ୱ ଦେବତା ରୂପେ ଜଗନ୍ନାଥ, ବଳଭଦ୍ର ଓ ମାତା ସୁଭଦ୍ରା ପୂଜା ପାଉଛନ୍ତି। ଗୋଟିଏ ପାର୍ଶ୍ୱରେ ବିଷ୍ଣୁ ଅନ୍ୟ ପାର୍ଶ୍ୱରେ ପରମ ବୈଷ୍ଣବୀ ମା’ ଭଦ୍ରକାଳୀ ଅର୍ଥାତ ଗୋଟିଏ ପାର୍ଶ୍ୱରେ ମା’ ଦୁର୍ଗା ଅନ୍ୟ ପାର୍ଶ୍ୱରେ ମାଧବଙ୍କ ସମନ୍ୱୟରେ ଏହି ପୀଠକୁ ଐତିହାସିକମାନେ ଦୁର୍ଗାମାଧବ ପୀଠ ବୋଲି ବର୍ଣ୍ଣନା କରିଛନ୍ତି। ଏହି ଦୁର୍ଗାମାଧବ ପୀଠରେ ମା’ ଆଜି ସିଂହବାହିନୀ ବେଶ ଧାରଣ କରି ଭକ୍ତମାନଙ୍କୁ ଅଭୟ ପ୍ରଦାନ କରିଛନ୍ତି। ମହାଯଜ୍ଞର ଚତୁର୍ଥ ଦିବସରେ ପୀଠରେ ଗୀତା ପାଠ, ଶତଚଣ୍ଡୀପାଠ, ବେଦପାଠ, ନାମ ସଂକୀର୍ତ୍ତନ ଚାଲୁରହିଛି।  ମନ୍ଦିର ପ୍ରଶାସନ ତରଫରୁ ସମସ୍ତ ନୃତ୍ୟ କଳାକାରମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସୋମବାର ମା’ଙ୍କର ଜଗଦ୍ଧାତ୍ରୀ ବେଶ ନିମନ୍ତେ ସେବାୟତମାନଙ୍କ ଦ୍ଵାରା ପ୍ରସ୍ତୁତି ଚୁଡାନ୍ତ ହୋଇଛି।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories