www.samajalive.in
Tuesday, December 9, 2025
15.1 C
Bhubaneswar

୩ୟ ଟେଷ୍ଟ ହାରିଲା ଟିମ ଇଣ୍ଡିଆ, ୩-୦ରେ ସିରିଜ କ୍ଲିନ ସୁଇପ କଲା ନ୍ୟୁଜିଲାଣ୍ଡ

ସମାଜ ଡିଜିଟାଲ ଡେସ୍କ: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ୩ୟ ଟେଷ୍ଟରେ ପରାଜିତ ହୋଇଛି ଟିମ ଇଣ୍ଡିଆ। ଭ୍ରମଣକାରୀ ଦଳ ୨୫ ରନରେ ଭାରତକୁ ହରାଇ ୩-୦ରେ ସିରିଜକୁ କ୍ଲିନ ସୁଇପ କରିନେଇଛି। ୨ୟ ପାଳିରେ ଭାରତକୁ ବିଜୟ ପାଇଁ ମାତ୍ର ୧୪୭ ରନ ଆବଶ୍ୟକ ଥିବାବେଳେ ଦଳ ୧୨୧ ରନରେ ଅଲଆଉଟ୍‌ ହୋଇଯାଇଥିଲା। ରୁଷଭ ପନ୍ତ ଏକମାତ୍ର ବ୍ୟାଟ୍ସମ୍ୟାନ ଭାବେ ଲଢ଼ୁଆ ବ୍ୟାଟିଂ କରି ଦଳକୁ ବିଜୟ ନିକଟତର କରାଇଥିଲେ ହେଁ ଅନ୍ୟ କୌଣସି ଖେଳାଳି ଅଧିକ ସମୟ ତିଷ୍ଠି ପାରି ନ ଥିଲା। ଯାହାଫଳରେ ଭାରତୀୟ ଦଳକୁ ପରାଜୟ ବରଣ କରିବାକୁ ପଡ଼ିଥିଲା। ପନ୍ତ ସର୍ବାଧିକ ୬୪ ରନ ସଂଗ୍ରହ କରିଥିଲେ। ତେବେ ନ୍ୟୁଜିଲାଣ୍ଡକୁ ଏହି ବିଜୟ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏଜାଜ ପଟେଲ। ସେ ପ୍ରଥମ ପାଳିରେ ୫ ଉଇକେଟ ନେଇ ଭାରତକୁ ଧରାଶାୟୀ କରିଦେଇଥିବାବେଳେ ୨ୟ ପାଳିରେ ୬ ଉଇକେଟ ଅକ୍ତିଆର କରି ଦଳର ବିଜୟକୁ ସହଜ କରିଦେଇଥିଲେ।

୩ୟ ମ୍ୟାଚରେ ଏଜାଜ ପଟେଲ ସର୍ବାଧିକ ୧୧ ଉଇକେଟ ନେଇଥିବାବେଳେ ଭାରତୀୟ ସ୍ପିନର ରବୀନ୍ଦ୍ର ଜାଡ଼େଜା ଉଭୟ ପାଳିରେ ୫ଟି ଲେଖାଏ ଉଇକେଟ ସହିତ ମୋଟ ୧୦ ଉଇକେଟ ଅକ୍ତିଆର କରିଥିଲେ। ଉଭୟ ଇନିଂସରେ ପନ୍ତ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ୩ମ୍ୟାଚ ବିଶିଷ୍ଟ ଶୃଙ୍ଖଳର ପ୍ରଥମ ଦୁଇଟି ମ୍ୟାଚକୁ ନ୍ୟୁଜିଲାଣ୍ଡ ସହଜରେ ଜିତି ନେଇଥିଲେ। ଆତ୍ମସମ୍ମାନ ବଞ୍ଚାଇବା ପାଇଁ ଭାରତୀୟ ଦଳକୁ ୩ୟ ମ୍ୟାଚରେ ବିଜୟ ଦରକାର ଥିଲା। ହେଲେ ଦଳ ଅତି ଶୋଚନୀୟ ଭାବେ ପରାଜିତ ହେବାରୁ ପ୍ରଶଂସକମାନେ ନିରାଶ ହୋଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories