www.samajalive.in
Tuesday, December 9, 2025
19.1 C
Bhubaneswar

ଏନ୍‌ଏସ୍‌ଇ ଆଣିଲା ମୋବାଇଲ ଆପ୍‌

ମୁମ୍ବଇ: ଦୀପାବଳିରେ ମୋବାଇଲ ଆପ୍‌ ଶୁଭାରମ୍ଭ କରିଛି ନ୍ୟାସ୍‌ନାଲ ଷ୍ଟକ୍‌ ଏକ୍ସଚେଞ୍ଜ ଅଫ୍‌ ଇଣ୍ଡିଆ (ଏନ୍‌ଏସ୍‌ଇ)। ଏଥିସହ ସମ୍ପୂର୍ଣ୍ଣ ଦେଶର ନିବେଶକଙ୍କ ପାଇଁ ୱେବ୍‌ସାଇଟ୍‌ରେ ଓଡ଼ି ସମେତ ୧୧ଟି ଆଞ୍ଚଳିକ ଭାଷାରେ ଆର୍ଥିକ ତଥ୍ୟ ପ୍ରଦାନ କରିଛି ଏନ୍‌ଏସ୍‌ଇ।

ଦେଶର ବିଭିନ୍ନ ରାଜ୍ୟର ନିବେଶକଙ୍କୁ ସେମାନଙ୍କ ଆଞ୍ଚଳିକ ଭାଷାରେ ଆର୍ଥିକ ତଥ୍ୟ ପ୍ରଦାନ ପାଇଁ ଏନ୍‌ଏସ୍‌ଇ ୱେବ୍‌ସାଇଟ୍‌ରେ ୧୧ଟି ଭାଷାକୁ ସଂଯୋଗ କରାଯାଇଛି। ଏହି ୧୧ଟି ଭାଷା ହେଉଛି ଓଡ଼ିଆ, ବେଙ୍ଗଲି, ଆସାମୀ, କନ୍ନଡ଼, ମାଲାୟାଲମ୍‌, ପଞ୍ଜାବୀ, ତାମିଲ, ତେଲୁଗୁ, ହିନ୍ଦୀ, ମରାଠୀ ଓ ଗୁଜରାଟୀ। ଏଥିସହ ଏକ ମୋବାଇଲ ଆପ୍‌ର ମଧ୍ୟ ଶୁଭାରମ୍ଭ କରାଯାଇଛି, ଯାହା ଉଭୟ ଆଇଓଏସ୍‌ ଏବଂ ଆଣ୍ଡ୍ରଏଡ୍‌ ପ୍ଲାଟ୍‌ଫର୍ମ​‌େ​‌ର ବ୍ୟବହାରକାରୀଙ୍କୁ ପୁଞ୍ଜିବଜାର ସୂଚନା ପ୍ରଦାନ କରିବ। ଏହି ଆପ୍‌ର ପ୍ରାରମ୍ଭୀକ ସଂସ୍କରଣରେ ସୂଚକାଙ୍କ ସମୀକ୍ଷା, ପୁଞ୍ଜି ବଜାର ଅପ୍‌ଡେଟ୍‌, ବଜାରରେ କାରବାର ପରିମାଣ, ନିଫ୍ଟି ୫୦ ପ୍ରଦର୍ଶନ ସହ ବହୁ ବିଶେଷତା ଉପଲବ୍ଧ ହୋଇଛି।

- Advertisement -

ମୁଖ୍ୟ ବ୍ୟବସାୟ ବିକାଶ ଅଧିକାରୀ ଶ୍ରୀରାମ କୃଷ୍ଣନ୍ କହିଛନ୍ତି; ଆମର ନୂତନ ମୋବାଇଲ୍ ଆପ୍ ଏବଂ ୧୧ଟି ଆଞ୍ଚଳିକ ଭାଷାରେ ଆମର ୱେବସାଇଟ୍ ଏକ ପରିବର୍ତ୍ତନଶୀଳ ପଦକ୍ଷେପ ଅଟେ। ନିବେଶକଙ୍କୁ ସେମାନଙ୍କ ମାତୃଭାଷାରେ ପୁଞ୍ଜି ବଜାର ସୂଚନା ପ୍ରଦାନ କରି ନିବେଶକଙ୍କୁ ସଶକ୍ତ କରିବା ପାଇଁ ଏହି ୱେବ୍‌ସାଇଟ ଓ ଆପ୍‌ ପ୍ରସ୍ତୁତ କରାଯାଇଛି ବୋଲି ସେ କହିଛନ୍ତି।

Hot this week

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

Related Articles

Popular Categories