www.samajalive.in
Sunday, December 14, 2025
23.1 C
Bhubaneswar

ସିଟ୍‌ ଫାଙ୍କା – ଅଧ୍ୟାପକ ଏବେ ଡେଲିଭରୀ ବଏ

ହାଇଦରାବାଦ: ଇଞ୍ଜିନିୟରିଂ ଡିଗ୍ରୀରୁ ମୁହଁ ଫେରାଉଛନ୍ତି ଛାତ୍ରଛାତ୍ରୀ। ଇଞ୍ଜିନିୟରିଂ ସିଟ୍‌ରେ ନାମଲେଖା ଉଲ୍ଲେଖନୀୟ ଭାବେ ହ୍ରାସ ପାଉଛି। ବିଭିନ୍ନ କଲେଜରେ ସିଟ୍‌ ଫାଙ୍କା ରହୁଛି। ବିଶେଷ କରି କୋର୍‌ ବା ମୌଳିକ ପାରମ୍ପରିକ ବିଷୟ ପ୍ରତି ଛାତ୍ରଛାତ୍ରୀ ମୁହଁ ଫେରାଉଥିବାରୁ ଏଭଳି ଅବସ୍ଥା ସୃଷ୍ଟି ହେଉଛି। କୃତ୍ରିମ ବୁଦ୍ଧିମତ୍ତା, ଡାଟା ସାଇନ୍ସ ଏବଂ ସାଇବର ନିରାପତ୍ତା ଭଳି ଉଦୀୟମାନ କ୍ଷେତ୍ରକୁ ଇଞ୍ଜିନିୟରିଂ ଛାତ୍ରଛାତ୍ରୀ ପସନ୍ଦ କରୁଥିବାବେଳେ ମେକାନିକାଲ୍, ସିଭିଲ୍ ଏବଂ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ଭଳି ପାରମ୍ପରିକ ଶାଖା ସିଟ୍‌ରେ ଦ୍ରୁତ ହ୍ରାସ ଘଟିଛି। ଏହାର ଶିକାର ହେଉଛନ୍ତି ଉଭୟ ଅଧ୍ୟାପକ-ଅଧ୍ୟାପିକା ଓ ଛାତ୍ରଛାତ୍ରୀ। ଅଧ୍ୟାପକମାନେ ଚାକିରି ହରାଇ ବେକାର ହେଉଥିବାବେଳେ ଛାତ୍ରଛାତ୍ରୀ ମଧ୍ୟ ନିଯୁକ୍ତିରୁ ବଞ୍ଚିତ ହେଉଛନ୍ତି। ସେମାନେ ରୋଜଗାର ପାଇଁ କେଉଁ ସ୍ତରକୁ ଯାଉଛନ୍ତି ତାହାର ଜ୍ବଳନ୍ତ ନମୂନା ତେଲେଙ୍ଗାନାରେ ଦେଖିବାକୁ ମିଳିଛି। ଦୀର୍ଘ ଦଶନ୍ଧିର ଅଭିଜ୍ଞତା ଥିବା ଅନେକ ଅଧ୍ୟାପକ ବର୍ତ୍ତମାନ ପରିବାର ଚଳାଇବା ପାଇଁ ଡେଲିଭରି ବଏ କିମ୍ବା ରାସ୍ତା ପାର୍ଶ୍ବରେ ଠେଲାଗାଡ଼ି ଲଗାଇ ବ୍ୟବସାୟ କରୁଥିବା ଦେଖିବାକୁ ମିଳୁଛି।

ତେଲଙ୍ଗାନାରେ ବର୍ତ୍ତମାନ ୮୬ ହଜାର ୯୪୩ ଇଞ୍ଜିନିୟରିଂ ସିଟ୍‌ ରହିଛି, ଯେଉଁଥିରେ କମ୍ପ୍ୟୁଟର ସାଇନ୍ସ ଏବଂ ଏହାର ସହଯୋଗୀ ଶାଖାରେ ୬୧ ହଜାର ୫୮୭ ସିଟ୍‌ ରହିଛି। ଅନ୍ୟପକ୍ଷରେ ସିଭିଲ୍​ ଏବଂ ମେକାନିକାଲ୍ ଇଞ୍ଜିନିୟରିଂ ଭଳି ମୂଳ ଇଞ୍ଜିନିୟରିଂରେ ମୋଟ ୭ ହଜାର ୪୫୮ ସିଟ୍‌ ଥିବାବେଳେ ଇଲେକ୍ଟ୍ରିକାଲ ଏବଂ ଇଲେକ୍‌ଟ୍ରୋନିକ୍ସ ଶାଖାରେ ୪ ହଜାର ୭୫୧ ସିଟ୍‌ ରହିଛି। ଏହି ଶାଖା ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ କମୁଥିବାରୁ ପ୍ରତିବର୍ଷ ପ୍ରାୟ ୨୫% ସିଟ୍‌ ଖାଲି ପଡ଼ିଥାଏ। ଅନ୍ୟପକ୍ଷରେ କମ୍ପ୍ୟୁଟର ବିଜ୍ଞାନ ଭିତ୍ତିକ ଶାଖା ପ୍ରତି ଆଗ୍ରହ ବଢ଼ୁଛି। ଏହି ଟ୍ରେଣ୍ଡ ଫଳରେ ରାଜ୍ୟର ୧୭୫ଟି ବିଟେକ୍‌ କଲେଜରେ ମୂଳ ଇଞ୍ଜିନିୟରିଂ ସିଟ୍‌ ସଂଖ୍ୟା ୫୦ରୁ ୭୫% ପର୍ଯ୍ୟନ୍ତ ହ୍ରାସ ପାଇଛି। ଅଧ୍ୟାପକଙ୍କ ଉପରେ ଏହି ମୂଳ ଇଞ୍ଜିନିୟରିଂ ଶାଖାରେ ସିଟ୍‌ ହ୍ରାସର ପ୍ରଭାବ ଗୁରୁତର ଭାବେ ପଡ଼ିଛି। ବହୁ ଅଧ୍ୟାପକ ଚାକିରି ହରାଇଥିବାବେଳେ କେତେକଙ୍କ ଦରମା ପ୍ରାୟ ଅଧା ହ୍ରାସ ହୋଇଛି। ତେଣୁ ପରିବାର ଚଳାଇବା ପାଇଁ କେତେକ ଅଧ୍ୟାପକ ରାସ୍ତା ପାର୍ଶ୍ବରେ ଠେଲାଗାଡ଼ି ଲଗାଇ ବ୍ୟବସାୟ କରିବା ସହ ଆଉ କେତେକ ଡେଲିଭରୀ ବଏ ସାଜିବା ପାଇଁ ବାଧ୍ୟ ହୋଇଛନ୍ତି। ଇଞ୍ଜିନିୟରିଂ କଲେଜରେ ସେମାନେ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ପାଉଥିବା​‌େ​‌ବେଳ ଏବେ ମାସିକ ୪୦ ହଜାର ଟଙ୍କା ରୋଜଗାର କରିବା ପାଇଁ ସଂଘର୍ଷ କରୁଛନ୍ତି ବୋଲି ଜଣେ ଛଟେଇ ହୋଇଥିବା ଅଧ୍ୟାପକ କହିଛନ୍ତି। ତେଲଙ୍ଗାନା ବୈଷୟିକ ଶିକ୍ଷା ଅଧିକାରୀ କହିଛନ୍ତି ଯେ ଚଳିତବର୍ଷ ବୈଷୟିକ କଲେଜଗୁଡ଼ିକୁ ମୂଳ ଇଞ୍ଜିନିୟରିଂ ସିଟ୍‌ ସଂଖ୍ୟା ହ୍ରାସ କରି କମ୍ପ୍ୟୁଟର ସାଇନ୍ସ ସିଟ୍‌ ସଂଖ୍ୟା ବଢ଼ାଇବାକୁ ବାରଣ କରାଯାଇଛି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories