mission shakti banner

ବଳାତ୍କାର ଓ ଭାଇରାଲ୍‌ ଭିଡିଓ ଘଟଣା: ୩ ଗିରଫ

BSKY banner  750×100
0

ଜୁନାଗଡ଼: କଳାହାଣ୍ଡି ଜିଲାରେ ଗତ ମାର୍ଚ ୧୭ତାରିଖରେ ସଂଘଟିତ ବଳାତ୍କାର ଓ ଭିଡିଓ ଭାଇରାଲ୍‌ ଘଟଣାର ତିନି ଅଭିଯୁକ୍ତ ସୁଶାନ୍ତ ପ୍ରଧାନ, ଚିତ୍ତରଞ୍ଜନ ଗୁରୁ ଓ ମୁକୁନ୍ଦ ଗୁରୁଙ୍କୁ ଜୁନାଗଡ଼ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। କଳାହାଣ୍ଡି ଏସ୍‌ପି ଏମ୍. ସନ୍ଦୀପ ସମ୍ପଦ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ସ୍ଥାନୀୟ ଅଞ୍ଚଳର ଜନୈକା ଯୁବତୀ ୧୭ ତାରିଖ ସନ୍ଧ୍ୟାରେ ଶନି ମନ୍ଦିରକୁ ଯାଇଥିଲେ। ସେଠାରୁ ଫେରିବା ସମୟରେ ତିନି ଅଭିଯୁକ୍ତ ଯୁବତୀଙ୍କୁ ଜୋରଜବରଦସ୍ତ ଏକ ମୋଟର ସାଇକେଲ୍‌ରେ ଭତ୍ରା ଯୋର ଡ୍ୟାମ୍‌ ନିକଟ ଏକ ପିଜୁଳି ବିଗିଚାକୁ ନେଇ ଯାଇଥିଲେ। ସେଠାରେ ଯୁବତୀଙ୍କୁ ମଦ ପିଆଇବା ପରେ ବଳାତ୍କାର କରିଥିଲେ। ଏହି ଘଟଣାର ଭିଡିଓ ଚିତ୍ର ଉତ୍ତୋଳନ କରିବା ପରେ ତାକୁ ଇଣ୍ଟରନେଟ୍‌ରେ ଭାଇରାଲ୍‌ କରିଥିଲେ। ଯୁବତୀଙ୍କ ପରିବାରର ଅଭିଯୋଗକ୍ରମେ ଜୁନାଗଡ଼ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା

Leave A Reply