www.samajalive.in
Saturday, December 6, 2025
23.1 C
Bhubaneswar

ବୁର୍ଲା ଭିମସାର: ଫିଲ୍ମି ଷ୍ଟାଇଲରେ ଛାତ୍ରାବାସ ମଧ୍ୟରେ ବାଣ ଫୋଟକା ମାଡ

ବୁର୍ଲା : ଗତକାଲି ବୁର୍ଲା ସହରରେ ଦୀପାବଳୀ ପାଳନ ହେଉଥିଲା । ଲୋକେ ପୂଜାର୍ଚ୍ଚନା ସହିତ ମିଠା ଖାଇ ଏବଂ ବାଣଫୁଟାଇ ମଉଜ ମସ୍ତି କରି ଦୀପାବଳୀ ମନାଇଥିଲେ । କିନ୍ତୁ ଭିମ୍‌ସାର ର କିଛି ଏମ୍‌ବିବିଏସ୍ ଛାତ୍ରମାନେ ଏକ ଭିନ୍ନ ଢଙ୍ଗରେ ଦୀପାବଳୀ ପାଳନ କରିଥିବା ଦେଖିବାକୁ ମିଳିଛି । ଏପରିକି ଗୋଟିଏ ଛାତ୍ରାବାସରୁ ଆଉ ଗୋଟିଏ ଛାତ୍ରାବାସକୁ ବାଣ ଫୋଟକା ମାଡ କରିଥିବା ଦେଖିବାକୁ ମିଳିଥିଲା ଯାହାକୁ ଛାତ୍ରମାନେ ଉପଭୋଗ କରିଥିବା ଦେଖିବାକୁ ମିଳିଥିଲା। ଏପରିକି ଏକ କୌତୁକ ପୂର୍ଣ୍ଣ ଯୁଦ୍ଧର ମହୋଲ ପାରି ଅଭିଭୂତ ହୋଇଥିଲା। ଯାହାକି ଦେଖିବାକୁ ଗଲେ ବିପଦପୂର୍ଣ୍ଣ ମଧ୍ୟ ଏବଂ ଏପରିକି ବାଣ ମାଡ କରୁଥିବା ଛାତ୍ର ଏକ ହେଲମେଟ ମଧ୍ୟ ପିନ୍ଧିଥିବା ଦେଖିବାକୁ ମିଳିଥିଲା ।

ବର୍ତ୍ତମାନର ଯୁବପିଢିଙ୍କ ମଧ୍ୟରେ ଚଳଚିତ୍ରର ଅନେକ ପ୍ରଭାବ ପଡୁଥିବା ବେଳେ ବର୍ତ୍ତମାନ ଦେଶ ଦେଶ ମଧ୍ୟରେ ଯୁଦ୍ଧ ହେଉଥିବା ମଧ୍ୟ ଦେଖିବାକୁ ମିଳୁଛି। ଏହି ବାଣ ଫୋଟକା ମାଡ ପରସ୍ପର ମଧ୍ୟରେ ମୋବାବର୍ଷା ହୁଏ ସେଭଳି ଢଙ୍ଗରେ ଏଠାରେ ଦୁଇଟି ଛାତ୍ରାବାସ ମଧ୍ୟରେ ପରସ୍ପର ମଧ୍ୟରେ ବଜାରରେ ମିଳୁଥିବା ରକେଟ୍ ଲଂଚର୍ ବୋମା ଛାତ୍ରାବାସ ମଧ୍ୟକୁ ଟାର୍ଗେଟ୍ କରାଯାଇ ଛଡାଯାଉଥିବା ଦୃଶ୍ୟର ଭିଡିଓ ଭାଇରାଲ୍ ହୋଇଛି । ଯାହାକି ବିପଦପୂର୍ଣ୍ଣ ମଧ୍ୟ ସାମାନ୍ୟ ଅସାବଧାନତା କୌଣସି ବଡ ଧରଣର ଅଘଟଣ ର କାରଣ ସାଜିପାରେ ।

- Advertisement -

ମିଳିଥିବା ସୂଚନା ମତେ ଦୁଇଟି ଛାତ୍ରାବାସ ମଧ୍ୟରେ ଛାତ୍ରଙ୍କ ମଧ୍ୟରେ ଦୁଇଗୋଷ୍ଠୀ କରାଯାଇଥିଲା । ଗୋଟିଏ ଭାରତ ଏବଂ ଅନ୍ୟଟି ପକିସ୍ଥାନ । ତେବେ ଗୋଟିଏ ଛାତ୍ର ଗୋଷ୍ଠୀ ଅନ୍ୟ ଏକ ଛାତ୍ରାବାସ ସମ୍ମୁଖକୁ ଯାଇ ଉକ୍ତ ପଞ୍ଚର ଫଟକା ସେହି ଛାତ୍ରାବାସ ଉପରକୁ ଲକ୍ଷ୍ୟ କରି ଫିଙ୍ଗାଯାଉଥିବାର ଏକ ଭିଡିଓ ଭାଇରାଲ ହୋଇଥିବା ବେଳେ ଅନ୍ୟପଟେ ବିପକ୍ଷ ଗୋଷ୍ଠୀ ଛାତ୍ରମାନେ ପୁଣି ସମାନ ଢଙ୍ଗରେ ବିପକ୍ଷ ଗୋଷ୍ଠ ଙ୍କ ଛାତ୍ରାବାସ ଉପରେ ଏଭଳି ରକେଟ୍ ଇଞ୍ଚର ଫୋଟକା ରେ ଆକ୍ରମଣ କରୁଥିବାର ଆଉ ଏକ ଭିଡିଓ ଭାଇରାଲ ହୋଇଛି ।

ଯଦିଓ ଏହା ଛାତ୍ରମାନେ ଖୁସିରେ ଏଭଳି ଢଙ୍ଗରେ ମୌମସ୍ତ କରୁଛତି ତଥାପି ଏହା ଅଧିକ ବିପଦପୂର୍ଣ୍ଣ ବୋଲି କୁହାଯାଉଛି । ଭିଡିଓ ଭାଇରାଲ ପରେ ଭିମ୍‌ସାର୍ ନିର୍ଦ୍ଦେଶକ ମଧ୍ୟ ଏହି ଘଟଣା ଦେଖି ଦୁଃଖ ପ୍ରକାଶ କରିଛନ୍ତି ଏବଂ ଏଭଳି ହେବାକଥା ନୁହଁ ବୋଲି ମତବ୍ୟକ୍ତ କରିଛନ୍ତି । ଏଥିପ୍ରତି ଛାତ୍ରଛାତ୍ରୀ ମାନେ ଧ୍ୟାନ ଦେବା ସହିତ କୁର୍ତ୍ତୃପକ୍ଷ ମଧ୍ୟ ଆଗାମୀ ଦିନରେ ଏଭଳି ଦୀପାବଳୀ ପାଳନ ଉପରେ କଟକଣା ଲଗାଇବା ଆବଶ୍ୟକ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories