www.samajalive.in
Sunday, December 7, 2025
26.1 C
Bhubaneswar

ବର୍ବରତା ସୀମା ଟପିଲା, ଯୁବକଙ୍କୁ ହାତଗୋଡ଼ ଗଛରେ ବାନ୍ଧି ପିଟିଲେ ଲୋକେ

ନୟାଗଡ଼: ମାନବିକତା ହଜିଗଲା। ବର୍ବରତା ସୀମା ଟପିଲା। ଯୁବକଙ୍କ ହାତଗୋଡ଼କୁ ଗଛରେ ବାନ୍ଧି କାଠ ଫାଳିଆରେ ନିସ୍ତୁକ ପିଟିଲେ ଲୋକେ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲା ଫତେଗଡ଼ ଥାନା ଅନ୍ତର୍ଗତ ବଡ଼ସହରା ଅଞ୍ଚଳରେ। ଘଟଣା ସମୟର ଦୃଶ୍ୟର ଭିଡିସ ଏବେ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଛି। ପୁଲିସ ଏ ସମ୍ପର୍କରେ ଅବଗତ ହେବା ପରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁସାରେ, ବଡ଼ସହରା ଅଞ୍ଚଳରେ ଜଣେ ଯୁବକଙ୍କୁ ଜଣେ ମହିଳାଙ୍କ ସମେତ ୩/୪ ଜଣ ବ୍ୟକ୍ତି ଅମାନୁଷିକ ଭାବେ ମାଡ଼ ମାରୁଛନ୍ତି। ଯୁବକଙ୍କ ହାତ ଏବଂ ଗୋଡ଼କୁ ଗଛରେ ବାନ୍ଧି ତାଙ୍କୁ କାଠ ଫାଳିଆରେ ପିଟୁଛନ୍ତି। ଏଭଳି ବର୍ବରତା କରିଥିବା ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି। ଗତ ଶୁକ୍ରବାର ଅପରାହ୍ନରେ ଏହି ଘଟଣା ଘଟିଛି। ପୁଲିସ ଭିଡିଓଟିରୁ ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି। ହେଲେ ଗିରଫ କରିପାରି ନାହିଁ। କ’ଣ ପାଇ ଯୁବକଙ୍କୁ ଏଭଳି ମାଡ଼ ମରାଯାଇଛି ତାହା ଜଣାପଡ଼ି ନାହିଁ। ତେବେ ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories