www.samajalive.in
Saturday, December 13, 2025
26.1 C
Bhubaneswar

୬ ମାସ ହେଲା ଦରମା ମିଳୁନି, ଧାରଣାରେ ବସିଲେ ଅଧ୍ୟାପକ

ଫୁଲବାଣୀ/ତୁମୁଡ଼ିବନ୍ଧ: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ନେତାଜୀ ସୁଭାଷ ବୋଷ ଡ଼ିଗ୍ରୀ ମହାବିଦ୍ୟାଳୟ ଅଧ୍ୟାପକ ଏବଂ ଅଧ୍ୟାପିକାଙ୍କୁ ଦରମା ମିଳନୁାହିଁ। ଉପଜିଲାପାଳଙ୍କ ହସ୍ତକ୍ଷେପ ସତ୍ବେ ଦରମା ନ ମିଳିବାରୁ ଏହା ପ୍ରତିବାଦରେ ସେମାନେ ଧାରଣା ଦେଇଛନ୍ତି।

୨୦୨୪ ମେ ମାସ ୧ ତାରିଖରେ ଅର୍ଥନୀତି ଅଧ୍ୟାପକ ଭାବେ ସନ୍ୟାସୀ ସାହୁ, ରାଜନୀତି ବିଜ୍ଞାନ ଅଧ୍ୟାପକ ଭାବେ ସନ୍ତୋଷ କୁମାର ବେହେରା, ଇତିହାସ ଅଧ୍ୟାପିକା ବନ୍ଧନା ନାୟକ, ଓଡ଼ିଆ ଅଧ୍ୟାପକ ସମୀର କହଁର, ଖେଳ ଶିକ୍ଷକ ଶୁଭାଶିଷ କହଁର ଓ ଡାଟା ଏଣ୍ଟ୍ରି ଅପରେଟର ଅଭିନାଶ ବଳିଆରସିଂଙ୍କୁ ନିଯୁକ୍ତି ମିଳିଥିଲା। ସେମାନେ ନିଜ କର୍ତ୍ତବ୍ୟ ସୁଚାରୁ ରୂପେ ପାଳନ କରି ଆସୁଛନ୍ତି । କିନ୍ତୁ ଆଜକୁ ୬ ମାସ ହେଲାଣି ଦରମା ପାଇନାହାନ୍ତି। ସେମାନେ ଉପ-ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିବା ସତ୍ବେ କୌଣସି ପ୍ରକାର ସୁଫଳ ନ ମିଳିବାରୁ ବାଧ୍ୟହୋଇ ଧାରଣା ଦେଇଥିବା କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories