www.samajalive.in
Friday, December 12, 2025
14.1 C
Bhubaneswar

ଦୁର୍ନୀତି ନିବାରଣ ଶପଥ ପାଠ ଓ ସଚେତନତା କାର୍ଯ୍ୟକ୍ରମ

ଫୁଲବାଣୀ: ଦୁର୍ନୀତି ନିବାରଣ ବିଭାଗ ତରଫରୁ ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହେଉଥିବା ବେଳେ ଆଜି ଫିରିଙ୍ଗିଆଠାରେ ଥିବା ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ସହ ଶପଥ ପାଠ ଏବଂ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡଃ ଚିତ୍ତରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଓଡ଼ିଆ ଅଧ୍ୟାପକ ବିଭୁତି ଭୂଷଣ ଶତପଥୀ, ଅଧ୍ୟାପିକା ପ୍ରଭାତୀ ପାତ୍ର, ଅଧ୍ୟାପକ ପ୍ରଦୀପ୍ତ ବିଶ୍ୱାଳ, ବରିଷ୍ଠ କିରାଣୀ ବାଲୁଙ୍କେଶ୍ୱର ଆଚାର୍ଯ୍ୟ, କ୍ରୀଡା ଶିକ୍ଷକ ଲକ୍ଷ୍ମୀକାନ୍ତ ସାହୁ, ଚିନ୍ମୟୀ ନାୟକ, କନିଷ୍ଠ କିରାଣୀ ସସ୍ମିତା ପାଢ଼ୀ, ଧନ୍ଦା ମୂଳକ ଶିକ୍ଷକ ସୁଶାନ୍ତଙ୍କ ସହ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ। ଦୁର୍ନୀତି ନିବାରଣ ପାଇଁ ବିଦ୍ୟାଳୟ ପରିସରରେ ଅଧ୍ୟାପକ, ଛାତ୍ରଛାତ୍ରୀ ଦୁର୍ନୀତିରୁ ଦୂରେଇ ରହିବା ସହ ଦୁର୍ନୀତି ମୁକ୍ତ ପାଇଁ ଶପଥ ପାଠ କରିଥିଲେ। ଏହି ଅବସରରେ ବିଦ୍ୟାଳୟ ସଭାଗୃହଠାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଶତାଧିକ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଦୁର୍ନୀତି ମୁକ୍ତ ସମାଜ ଗଠନରେ ସହଯୋଗ କରିବେ ବୋଲି ଶପଥ ଗ୍ରହଣ କରିଥିଲେ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories