www.samajalive.in
Saturday, December 13, 2025
14.1 C
Bhubaneswar

ଖୋ ଖୋ ଖେଳରେ ଆଠଗଡ ଝିଅର କୃତିତ୍ବ

ଆଠଗଡ: ସଂପ୍ରତି ପଶ୍ଚିମବଙ୍ଗର ହଳଦିଆ ପୂର୍ବ ମେଦିନୀପୁରଠାରେ ଚଳିତ ମାସ ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ପୂର୍ବ ଓ ଉତ୍ତର-ପୂର୍ବ ଜୋନର ଅସ୍ମିତା ଖେଲୋ ଇଣ୍ଡିଆ ଖୋ-ଖୋ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଓଡିଶାର କନିଷ୍ଠ ବର୍ଗ ଓ ସର୍ବକନିଷ୍ଠ ବର୍ଗ ଦଳ ଚମ୍ପିଆନ ହୋଇ ସ୍ଵର୍ଣ୍ଣ ପଦକ ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ସର୍ବକନିଷ୍ଠ ବର୍ଗ ଦଳରେ ଆଠଗଡ ବ୍ଲକର କନ୍ଦରପୁର ଗ୍ରାମର ୮ମ ଶ୍ରେଣୀ ଛାତ୍ରୀ ତୁଳସୀ ନାୟକ ବେଶ ଉନ୍ନତ ଖେଳ ପ୍ରଦର୍ଶନ କରି ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତୁଳସୀ ବୁଧବାର ଏଠାକୁ ଫେରିବା ପରେ ତାଙ୍କୁ ଆଠଗଡ ଖୋ-ଖୋ ଆସୋସିଏସନ ସଭାପତି ଲକ୍ଷୀନାରାୟଣ ଭଞ୍ଜ, ପ୍ରଶିକ୍ଷକ ଯଶୋବନ୍ତ ରାଉତ, ସଞ୍ଜୟ କୁମାର ବେହେରା, କନ୍ଦରପୁର ନୋଡାଲ ଉପ୍ରା ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ତୀରଥବାସୀ ସାହୁଙ୍କ ସମେତ ସେ ପଢୁଥିବା ଉକ୍ତ ସ୍କୁଲର ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଏବଂ ଗ୍ରାମର ମୁରବୀ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଆଗକୁ ଆହୁରି ଉନ୍ନତ ଖେଳ ପ୍ରଦର୍ଶନ କରି ଜାତୀୟସ୍ତରରେ ସଫଳତା ହାସଲ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି ବୋଲି ତୁଳସୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories