www.samajalive.in
Friday, December 12, 2025
27.1 C
Bhubaneswar

ଜାଲିଆତି ଅଭିଯୋଗରେ ୧୫୨ ଟନ ଲୁହା ରଡ୍‌ ଜବତ

ଗୁରୁଡିଝାଟିଆ: ଜାଲିଆତି କରି ନାମୀଦାମୀ କମ୍ପାନୀର ନାମ ଦେଇ ବାହାରକୁ ଲୁହାଛଡ଼ ଚାଲାଣ ଓ ବିକ୍ରୟ କରିବା ଅଭିଯୋଗରେ ଗୁରୁଡିଝାଟିଆ ପୁଲିସ ପରମେଶ୍ୱରୀ ଷ୍ଟିପ୍‌ର ମାଲିକ ପ୍ରବିନ ସିଂଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଛି। କପୁରସିଂଠାରେ ନିର୍ମିତ ପରମେଶ୍ୱରୀ ଷ୍ଟିପ୍‌ କାରଖାନା କର୍ତ୍ତୃପକ୍ଷ ଜାଲିଆତି କରି ନାମୀଦାମୀ କମ୍ପାନୀ ବ୍ରାଣ୍ଡ୍‌ର ରଡ ଉତ୍ପାଦନ କରିବା ସହ ବାହାରକୁ ଚୋରା ଚାଲାଣ କରୁଥିବା ନେଇ ବନଦୁର୍ଗା ଫୁଏଲ କାରଖାନାର ବିକ୍ରୟ ଅଧିକାରୀ ମହମ୍ମଦ ସୟିଦ ଗୁରୁଡିଝାଟିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତିକରି ଥାନା ଅଧିକାରୀ ପରେଶ କୁମାର ମହାନ୍ତି ଅନୁଧ୍ୟାନ ପୂର୍ବକ ପରମେଶ୍ୱରୀ କାରଖାନାକୁ ଯାଇଥିଲେ। ସେଠାରୁ ୧୫୨ଟନ ଲୁହାରଡକୁ ଜବତ କରିଥିଲେ। କାରଖାନା କର୍ତ୍ତୃପକ୍ଷ ବାହାରକୁ ବହୁ ପରିମାଣର ନାମୀ ମାର୍କାର ନାମ ଦେଇ ଜାଲିଆତି ପୂର୍ବକ ରଡ ବିକ୍ରୟ କରୁଥିବା ସମ୍ପର୍କରେ ପୁଲିସ ଅବଗତ ହେବା ପରେ ଖୋଳତାଡ ଆରମ୍ଭ କରିଛି।

Hot this week

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

Related Articles

Popular Categories