ଏମକେସିଜି ରାଗିଂ ଘଟଣାରେ ୫ ଛାତ୍ରଙ୍କୁ କ୍ୟାମ୍ପସ ମନା

ସମାଜ ଡିଜିଟାଲ ଡେସ୍କ: ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ରାଗିଂ ଘଟଣାରେ ୫ ଜଣ ସିନିଅର ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଅଭିଯୁକ୍ତ ୫ ଛାତ୍ରଙ୍କୁ କ୍ୟାମ୍ପସରେ ପ୍ରବେଶକୁ ବାରଣ କରାଯାଇଛି। ଆସନ୍ତା ୬ ମାସ ପାଇଁ ଏହି ଛାତ୍ରମାନେ କ୍ୟାମ୍ପସରେ ପ୍ରବେଶ କରିପାରିବେନି ବୋଲି ଅନୁଷ୍ଠାନ କର୍ତ୍ତୃପକ୍ଷ ନିର୍ଦେଶ ଦେଇଛନ୍ତି। ଏହି ଘଟଣାରେ ପୂର୍ବରୁ ପୂର୍ବରୁ ଅନ୍ୟ ଜଣେ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଏହା ସହିତ ୩ ଜଣ ଛାତ୍ରଙ୍କୁ ଗୋଟିଏ ସେମିଷ୍ଟର ପରୀକ୍ଷାରୁ ବାରଣ କରାଯାଇଥିବା ସୂଚନା ମିଳିଛି।

Comments are closed.