www.samajalive.in
Saturday, December 13, 2025
18.1 C
Bhubaneswar

ଚାକିରୀ ଦେବାକୁ ୯୦ ହଜାର ଲାଞ୍ଚ ନେଇଥିଲେ ବିବାଦୀୟ ସିଡିପିଓ ସ୍ନେହଲତା

ଡେସ୍କ: ସମ୍ପ୍ରତି କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକର ସିଡିପିଓ ସ୍ନେହଲତା ସାହୁଙ୍କ ବେପରୁଆ ଓ ଅମାନବୀୟ ବ୍ୟବହାର ଯୋଗୁ ଗର୍ଭସ୍ଥ ଶିଶୁର ମୃତ୍ୟୁ ହେବା ସହ ଗର୍ଭବତୀ ମା’ ଗୁରୁତର ହେବା ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ତେବେ ତଦନ୍ତର ଦିଗ କୁଆଡେ ଯିବ ତାହା ତ ସମୟ କହିବ। କିନ୍ତୁ ଘଟଣା ଲୋକଲୋଚନକୁ ଆସିବାର ୨୪ ଘଣ୍ଟା ନ ପୂରୁଣୁ, ସ୍ନେହଲତାଙ୍କ ଲାଞ୍ଚ କାରବାର ଘଟଣା ବିଷୟରେ ଜଣାପଡିଛି। ଚାକିରୀ ଦେବା ଆଶା ଦେଖାଇ ସିଡିପିଓ ସ୍ନେହଲତା ସାହୁ ଜଣେ ମହିଳାଙ୍କ ଠାରୁ ପ୍ରାୟ ୯୦ ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ସିଡିପିଓ ସ୍ନେହଲତା ସାହୁ ଅଙ୍ଗନବାଡି କର୍ମୀ ଭାବେ ନିଯୁକ୍ତି ଦେବା ଆଶା ଦେଖାଇ ସନ୍ଧ୍ୟାରାଣୀ ଲେଙ୍କା ନାମକ ଜଣେ ମହିଳାଙ୍କୁ ୧ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ସମ୍ପୃକ୍ତ ମହିଳା କହିଛନ୍ତି ଯେ ଆଇନ ଆଖିରୁ ବଂଚିବା ନିମନ୍ତେ ସିଡିପିଓ ସ୍ନେହଲତା ହରିପୁର ଅଙ୍ଗନବାଡି କର୍ମୀ ମଧୁସ୍ମିତା ବିଶ୍ୱାଳଙ୍କ ଜରିଆରେ ଟଙ୍କା ପଠାଇବାକୁ କହିଥିଲେ। ସନ୍ଧ୍ୟାରାଣୀ ମଧ୍ୟ ମଧୁସ୍ମିତା ବିଶ୍ୱାଳଙ୍କ ଆକାଉଣ୍ଟକୁ ୮୯ ହଜାର ୪ଶହ ଟଙ୍କା ପଠାଇଥିବା କହିଛନ୍ତି। ଚାକିରୀ ତ ଦୂରର କଥା, ସିଡିପିଓ ତାଙ୍କୁ ଧରାଛୁଆଁ ଦେଉନଥିବା ଓ ପଇସା ଫେରାଉ ନ ଥିବା ସନ୍ଧ୍ୟାରାଣୀ କହିଛନ୍ତି

- Advertisement -

ସୂଚନା ଅନୁଯାୟୀ, କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ମହିଳା ଓ ଶିଶୁ ବିକାଶ ବିଭାଗରେ କାର୍ଯ୍ୟରତ ବରିଷ୍ଠ କିରାଣି ବର୍ଷା ପ୍ରିୟଦର୍ଶିନୀ ମହାପାତ୍ର ୭ ମାସର ଗର୍ଭବତୀ ଥାଇ ମଧ୍ୟ ନିୟମିତ କାର୍ଯ୍ୟାଳୟକୁ ଆସି କାର୍ଯ୍ୟ କରୁଥିଲେ। ଗତ ଶୁକ୍ରବାର ଦିନ କାର୍ଯ୍ୟାଳୟରେ ବର୍ଷାଙ୍କର ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ସେ ଡାକ୍ତରଖାନା ଯିବା ପାଇଁ ନିବେଦନ କରିଥିଲେ। କିନ୍ତୁ ସିଡିପିଓ ସ୍ନେହଲତା ସାହୁ ତାଙ୍କୁ ଏଥିପାଇଁ ଅନୁମତି ଦେଇ ନ ଥିଲେ, ଓଲଟା ସେ ଯନ୍ତ୍ରଣାରେ ଛଟପଟ ହେଉଥିବା ବର୍ଷାଙ୍କ ଦୁର୍ବ୍ୟବହାର କରିଥିଲେ। କିଛି ସମୟ ପରେ ବର୍ଷା ଚେତା ଶୂନ୍ୟ ହୋଇପଡିଥିଲେ। ଏଭଳି ପରିସ୍ଥିତିରେ ୨ ଘଣ୍ଟା ବିତିଯାଇଥିଲା। ଏ ବିଷୟରେ ସମ୍ପର୍କୀୟମାନେ ଖବର ପାଇ ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ାର ଏକ ଘରୋଇ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଗର୍ଭରେ ଥିବା ନବଜାତକର ମୃତ୍ୟୁ ଘଟିଥିବା ଡାକ୍ତର ସୂଚନା ଦେଇଥିଲେ।

କେନ୍ଦ୍ରାପଡାରେ ଅନୁଷ୍ଠିତ ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣିରେ ପୀଡିତାଙ୍କ ପରିବାର ଲୋକେ ଜିଲାପାଳଙ୍କୁ ଲିଖିତ ଅଭିଯୋଗ କରିବା ସହ ନ୍ୟାୟ ଭିକ୍ଷା କରି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିବେଦନ କରିଥିଲେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଘଟଣାର ତଦନ୍ତ କରି ଶୀଘ୍ର ରିପୋର୍ଟ ଦେବାକୁ ଗତକାଲି ନିର୍ଦ୍ଦେଶ ଦେବା ପରେ ୩ ଜଣିଆ ଟିମ ଆଜିଠାରୁ ତଦନ୍ତ ଆରମ୍ଭ କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories