www.samajalive.in
Sunday, December 14, 2025
15.1 C
Bhubaneswar

ବିଧାନସଭା ଷ୍ଟାଣ୍ଡିଂ କମିଟିର ଏସସିବି ମେଡିକାଲ ପରିଦର୍ଶନ

ସମାଜ ଡିଜିଟାଲ ଡେସ୍କ: ବିଧାନସଭା ଷ୍ଟାଣ୍ଡିଂ କମିଟି ବୁଧବାର କଟକ ଏସସିବି ମେଡିକାଲ ପରିଦର୍ଶନ କରିଛନ୍ତି। ୧୨ ଜଣିଆ ବିଧାୟକ କମିଟି ଏସସିବି ପରିଦର୍ଶନ କରିବା ସହ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ମେଡିକାଲର ବିଭିନ୍ନ ସମସ୍ୟା ଓ ଏସସିବି ଏମ୍ସ ପ୍ଲସ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି କମିଟିର ସଦସ୍ୟ। ମେଡିକାଲର ସମସ୍ତ ବିଭାଗକୁ ଗସ୍ତ କରିବା ସହ ପ୍ରତିଟି ଦିଗ ଉପରେ ଆଲୋଚନା କରିଛନ୍ତି। ସମସ୍ତ ୱାର୍ଡ଼, କାଜୁଆଲଟି ବୁଲିବା ସହ ଆମ୍ବୁଲାନ୍ସ ସେବା, ବେଡ୍‌ ସଂଖ୍ୟା ବୃଦ୍ଧି କରିବା ଆଦି ଦିଗ ଉପରେ ଆଲୋଚନା କରିଛି କମିଟି।  ଏହାବ୍ୟତୀତ ପରିମଳ ଦିଗ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ କମିଟି ଅଧ୍ୟକ୍ଷ। ବର୍ତ୍ତମାନ ଏସସିବିରେ ୨ ହଜାରରୁ ଊର୍ଦ୍ଧ୍ବ ବେଡ୍ ରହିଛି। କିନ୍ତୁ ପ୍ରତିଦିନ ରାଜ୍ୟ ଓ ରାଜ୍ୟ ବାହାରୁ ୪ ହଜାରରୁ ଊର୍ଦ୍ଧ୍ବ ରୋଗୀ ଏସସିବିକୁ ଚିକିତ୍ସା ପାଇଁ ଆସୁଛନ୍ତି। ତେଣୁ ରୋଗୀମାନେ ବିଭିନ୍ନ ପ୍ରକାର ଅସୁବିଧାର ସମୁଖୀନ ହେଉଛନ୍ତି। ଏହି ତମାମ ଅସୁବିଧାର କିପରି ଶୀଘ୍ର ସମାଧାନ କରାଯିବ ସେନେଇ ରିପୋର୍ଟ ଆଧାରରେ ରାଜ୍ୟ ସରକାର ତ୍ୱରିତ ପଦକ୍ଷେପ ନେବେ ବୋଲି କହିଛନ୍ତି ଅଧ୍ୟକ୍ଷ। ଏହି ବୈଠକରେ ଷ୍ଟାଣ୍ଡିଂ କମିଟି ସହ କଟକ ଅତିରିକ୍ତ ଜିଲାପାଳ, ଡିଏମଇଟିଙ୍କ ସହ ଏସସିବି ମେଡିକାଲ ଅଧ୍ୟକ୍ଷ ମଧ୍ୟ ଉପସ୍ଥିତ ରହିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories