www.samajalive.in
Saturday, December 6, 2025
14.1 C
Bhubaneswar

ଇତିହାସ ରଚିବେ ଆସାମର ବୀରାଙ୍ଗନା

ନୂଆଦିଲ୍ଲୀ: ଆସାମ୍‍ ରାଇଫଲ୍‍ ଓ ପାରା ମିଲିଟାରୀ ବାହିନୀ ଦେଶରେ ଏକ ନୂଆ ଇତିହାସ ଲେଖିବାକୁ ଯାଉଛି। ଆସନ୍ତା ୨୬ ତାରିଖ ସାଧାରଣତନ୍ତ୍ର ଦିବସ ଅବସରରେ ଏହି ୟୁନିଟ୍‍ର ମହିଳା ଟିମ୍‍ ରାଜପଥରେ ରାଷ୍ଟ୍ରପତିଙ୍କୁ ଅଭିବାଦନ ଜଣାଇବେ। ରାଜପଥରେ ସ୍ୱତନ୍ତ୍ର ମହିଳା ୟୁନିଟ୍‍ ପ୍ୟାରେଡ୍‍ କରିବା ଦେଶରେ ପ୍ରଥମ। ଟିମ୍‍ରେ ସେଭଳି କିଛି ମହିଳା ନିଯୁକ୍ତି ପାଇଛନ୍ତି ଯେଉଁମାନଙ୍କର ପରିବାର ସଦସ୍ୟ ଯୁଦ୍ଧରେ ସହିଦ ହୋଇଛନ୍ତି।
ଟିମ୍‍ ସଦସ୍ୟ ସୁନିତା ଥାପ୍ପାଙ୍କ କହିବା ଅନୁଯାୟୀ, ସେନାବାହିନୀରେ ଥିବା ତାଙ୍କ ସ୍ୱାମୀ ମୃତ୍ୟୁ ପରେ ତାଙ୍କ ସ୍ୱପ୍ନ ପୂରଣ କରିବାକୁ ସେ ସେନାବାହିନୀରେ ଯୋଗ ଦେଇଛନ୍ତି। ତାଙ୍କ ପଛରେ ପରିବାରର ସମସ୍ତ ସଦସ୍ୟଙ୍କ ସମର୍ଥନ ରହିଛି। ଏବେ ସେ ଜଣେ ମା’ ସହିତ ସୈନିକର ଦାୟିତ୍ୱ ନିର୍ବାହ କରୁଛନ୍ତି।
ଅନ୍ୟ ଜଣେ ସାହସୀ ମହିଳା ଗାୟତ୍ରୀ ଶର୍ମାଙ୍କ କହିବା ଅନୁଯାୟୀ ତାଙ୍କ ପିତା ସେନାବାହିନୀରେ ଥିଲେ। ୨୦୦୧ରେ ପିତାଙ୍କ ମୃତ୍ୟୁ ପରେ ଗାୟତ୍ରୀ ସେନାରେ ଯୋଗ ଦେଇଛନ୍ତି। ପିତାଙ୍କ ମୃତ୍ୟୁ ବେଳକୁ ଗାୟତ୍ରୀଙ୍କୁ ହୋଇଥିଲା ମାତ୍ର ୩ ବର୍ଷ। ଏହି ଘଟଣାର ବହୁ ବର୍ଷ ପରେ ଆସାମ୍‍ ରାଇଫଲ ପକ୍ଷରୁ ଆସିଥିବା ପ୍ରସ୍ତାବକୁ ସେ ଗ୍ରହଣ କରି ସେନାରେ ଯୋଗ ଦେଇଥିଲେ।
ଟିମ୍‍ରେ ଏଭଳି ୧୪୪ ଜଣ ମହିଳା ସେନାଙ୍କ କମାଣ୍ଡିଂ ଅଫିସର ଅଛନ୍ତି ମେଜର ଖସ୍‍ବୁ କନୱର। ମହିଳା କଣ୍ଟିଜେଣ୍ଟର ସଦସ୍ୟମାନେ କୌଣସି ଗୁଣରେ ପୁରୁଷମାନଙ୍କଠାରୁ କମ୍‍ ନୁହନ୍ତି ବୋଲି ସେ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories