www.samajalive.in
Sunday, December 14, 2025
26.1 C
Bhubaneswar

ଡ଼ିସେମ୍ବର ୧୫ରୁ ଚନ୍ଦ୍ରଭାଗା ବେଳାଭୂମିରେ ଇକୋ ରିଟ୍ରିଟ୍‌

କୋଣାର୍କ : ଆସନ୍ତା ଡ଼ିସେମ୍ବର ୧୫ରୁ ଚନ୍ଦ୍ରଭାଗା ସ୍ୱର୍ଣ୍ଣାଭ ବେଳାଭୂମିରେ ଇକୋ ରିଟ୍ରିଟ୍‌ ଆରମ୍ଭ ହେବ। ଏହା ୩ ମାସ ଧରି ଚାଲିବ। ପର୍ଯ୍ୟଟନ ବିଭାଗ ସୂଚନା ଅନୁଯାୟୀ, ବେଳାଭୂମିରେ ପର୍ଯ୍ୟଟକଙ୍କ ଲାଗି ସ୍ୱତନ୍ତ୍ର ସୁବିଧା ଥିବା ପାଖାପାଖି ୭୦ଟି ତମ୍ବୁ ଘର ପ୍ରସ୍ତୁତ କରାଯିବ। ଏ ନେଇ ମଙ୍ଗଳବାର ଠାରୁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ମୁଖ୍ୟ ପ୍ରବେଶ ଦ୍ୱାରରେ ତୋରଣ, କନ୍‌ଫରେନ୍ସ ହଲ, ରିସେପ୍‌ସନ ହଲ ନିର୍ମାଣ କରାଯିବ। ଇକୋ ରିଟ୍ରିଟର ସ୍ୱତନ୍ତ୍ର ସେଲ୍‌ଫି ପଏଣ୍ଟ ପ୍ରସ୍ତୁତ କରାଯିବ ବୋଲି ସୂଚନା ମିଳିଛି। ପର୍ଯ୍ୟଟକ ପଞ୍ଚତାରକା ହୋଟେଲ ଭଳି ଏଠାରେ ସମସ୍ତ ସୁବିଧା ସୁଯୋଗ ପାଇବେ। ସେହିପରି ବେଳାଭୂମିରେ ଓପନ ବାର୍‌, ସାମୁଦ୍ରିକ କ୍ରୀଡ଼ା, ଜଳକ୍ରୀଡ଼ା, ଆକାଶମାର୍ଗରେ କ୍ରୀଡ଼ା ସମେତ ବେଳାଭୂମିରେ ବିଭିନ୍ନ ନାଚ ଗୀତର ଆସର ବ୍ୟବସ୍ଥା ରହିଥିବା ସୂଚନା ମିଳିଛି। ଇକୋ ରିଟ୍ରିଟ୍‌ ଆରମ୍ଭ ହେବା ପୂର୍ବରୁ ଡିସେମ୍ବର ୧୫ରୁ ଜାନୁୟାରୀ ୫ ପର୍ଯ୍ୟନ୍ତ ସମସ୍ତ କଟେଜ୍‌ ବୁକିଂ ସରିଥିବା ପର୍ଯ୍ୟଟନ ଅଧିକାରୀ ଅମିୟ କୁମାର ସେଠୀ କହିଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories