www.samajalive.in
Sunday, December 14, 2025
26.1 C
Bhubaneswar

ବାଙ୍କୀରେ ପଥ ଉତ୍ସବ ଜରିଆରେ ଭୋଟର ସଚେତନତା କାର୍ଯ୍ୟକ୍ରମ

କଳାପଥର (ବାଙ୍କୀ): ଭୋଟର ତାଲିକା ସ୍ୱତନ୍ତ୍ର ସଂକ୍ଷୀପ୍ତ ସଂଶୋଧନ-୨୦୨୫ ତଥା ନୂତନ ଭୋଟରମାନଙ୍କୁ ସଚେତନ କରାଇବା ଉପଲକ୍ଷେ ଆଜି ଉପଖଣ୍ଡରେ ଉପଜିଲ୍ଲାପାଳ ଦେବୀପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ପଥ ଉତ୍ସବ ଆୟୋଜନ କରାଯାଇଥିଲା। ଏହି ଉତ୍ସବ  ସକାଳ ୭.୩୦ମି. ସମୟରେ ବାଙ୍କୀ ଡମପଡ଼ା ବ୍ଲକ କାର୍ଯ୍ୟାଳୟ ଠାରୁ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା । ଉପଖଣ୍ଡରେ ଥିବା ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଛାତ୍ରଛାତ୍ରୀମାନେ ଏହି ସଚେତନା କାର୍ଯ୍ୟକ୍ରମରେ ଯୋଗଦେଇ ପ୍ଳାଗ୍‌କାର୍ଡ ମାଧ୍ୟମରେ ଜନସାଧାରଣଙ୍କ ମଧ୍ୟରେ ନିର୍ବାଚନରେ ମତଦାନର ଗୁରୁତ୍ୱ ଓ ମହତ୍ୱ ସଂପର୍କରେ ସଚେତନତାର ବାର୍ତ୍ତା ପହଞ୍ଚାଇଥିଲେ । ଏହା ସହିତ ବାଙ୍କୀ କଲେଜ ଛକ, ନୃସିଂହ ଛକ, ଶନିମନ୍ଦିର ଛକ ଏବଂ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନାଟକ ଓ  ନୃତ୍ୟର ଆୟୋଜନ କରାଯାଇ ଆଗାମୀ ନିର୍ବାଚନରେ ଭାଗନେବାକୁ ଥିବା ନୂତନ ଭୋଟରମାନଙ୍କ ମଧ୍ୟରେ ସଚେନତା ସୃଷ୍ଟି କରାଯାଇଥିଲା ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories