www.samajalive.in
Saturday, December 13, 2025
26.1 C
Bhubaneswar

ସାଳନ୍ଦୀ ନଦୀପଠାରୁ ମଇଁଷିକୁ ଝାମ୍ଫିନେଲା କୁମ୍ଭୀର, ଝୁଣିକି ଖାଇଲା

ଆରଡି : ଭଦ୍ରକ ଜିଲା  ଆରଡି ନିକଟସ୍ଥ ଶୀତଳପୁର ଗାଁ ଦେଇ ପ୍ରବାହିତ ହେଉଥିବା ସାଳନ୍ଦୀ ନଦୀ ପଠାରେ ସୋମବାର ସକାଳ ସମୟରେ  ଗୋଟିଏ ମଇଁଷି ନଦୀରୁ ପାଣି ପିଉଥିବା ବେଳେ  ଝାମ୍ଫିନେଇଥିଲା  ହିଂସ୍ର  କୁମ୍ଭୀର।  ହିଂସ୍ର କୁମ୍ଭୀରଟି ୧୫\୧୬ଫୁଟ ଲମ୍ବର ହୋଇଥିବାରୁ ମଇଁଷିଟିକୁ ନଦୀମଧ୍ୟକୁ ଟାଣି ନେଇ ଦୀର୍ଘ ସମୟ ଧରି ଝୁଣିକି ଖାଇଥିଲା। ବାତ୍ୟା ଦାନା  ପ୍ରଭାବ ଲଗାଣ ବର୍ଷାରେ ସାଳନ୍ଦୀ ନଦୀ  ଉଛୁଳା ଥିବାରୁ  କିଛିଦିନ ହେବ ୫\୬  ହିଂସ୍ର କୁମ୍ଭୀର  ନଦୀକୂଳ ଦେଇ ଘୁରି ବୁଲୁଥିବା ସୂଚନା ମିଳିଛି। ନଦୀକୂଳରେ କୁମ୍ଭୀର ଘୁରି ବୁଲୁଥିବାରୁ  ଗାଁରେ ଆତଙ୍କ ସୃଷ୍ଟି ହୋଇଛି।
ଏପରିକି ନଦୀକୂଳିଆ ଲୋକ ଭୟରେ ନଦୀକୂଳକୁ ଜଗି ରହୁଛନ୍ତି। ପ୍ରତିଦିନ ନଦୀବନ୍ଧ ଦେଇ ଶତାଧିକ କୋମଳମତି ପିଲା ଗାଁ ପ୍ରାଥମିକ ସ୍କୁଲକୁ ଯାଉଛନ୍ତି। ସେହିପରି ଗାଁରେ ବସବାସ କରୁଥିବା ଲୋକ ଦୈନନ୍ଦିନ ନିତ୍ୟ ବ ବ୍ୟବାହାର ଜିନିଷ ପାଇଁ ଯାତାୟତ କରିଥାନ୍ତି। ସକାଳେ ଏପରି ଘଟଣା ଘଟିବା ପରେ ଖବର ପାଇ  ଭଦ୍ରକ ଓ  ଧାମନଗର ବନଖଣ୍ଡ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ବାରା ଗାଁ ଲୋକଙ୍କୁ ସଚେତନତା କରାଯାଇଛି।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories